ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଛି ଏକ ଅଭାବନୀୟ ଘଟଣା। ବାର୍‌ହାକୁ ଧକ୍କା ଦେଇ କାରଟି ଓଲଟି ପଡ଼ିବାରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ପରିବାରର ବୟସ୍କ ବ୍ୟକ୍ତି, ତାଙ୍କ ସ୍ତ୍ରୀ ଓ ବୋହୂଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଏବଂ ଦୁଇ ନାତି ନାତୁଣୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ଶନିବାର ବିଳମ୍ବିତ ରାତିରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ କାର ଯୋଗେ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। ତେବେ ଢ଼େଙ୍କାନାଳ-କାମାକ୍ଷାନଗର ରାସ୍ତା ନିକଟରେ କାର ସାମ୍ନାକୁ ଏକ ବଣୁଆ ବାର୍‌ହା ଚାଲି ଆସିଥିଲା। କାର୍‌ଟି ସିଧା ବାର୍‌ହାକୁ ଧକ୍କା ଦେବା ଫଳରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଶ୍ୱଶୂର ଏବଂ ବୋହୂଙ୍କର ମୃତ୍ୟୁ ହୋଇଥିଲା। ତେବେ ଗୁରୁତର ଅବସ୍ଥାରେ ଅନ୍ୟ ଚାରି ଜଣଙ୍କୁ ଢେଙ୍କାନାଳ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗରୁତର ହେବାରୁ ଆହତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସିତ ଅବସ୍ଥାରେ ଶାଶୂଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମେଡିକାଲରେ ପୁଅ ଏବଂ ଦୁଇ ନାତି ନାତୁଣୀ ଚିକିତ୍ସିତ ହେଉଛନ୍ତି।

Comment