ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଏବେ ସାରାଦେଶରେ ପଶ୍ଚିମବଙ୍ଗ ରାଜନୀତିର ଚର୍ଚ୍ଚା। ଏହାରି ଭିତରେ ଜାତୀୟ ନିର୍ବାଚନ ଅଧିକାରୀ ପଶ୍ଚିମବଙ୍ଗରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଚାର ବନ୍ଦ କରିବାଲାଗି ନିର୍ଦ୍ଦେଶ ଦେଇଛିନ୍ତି। ଯାହାକୁ ନେଇ ଜାତୀୟ ରାଜନୀତି ସରଗରମ।

ପ୍ରଧାନମନ୍ତ୍ରୀ ମୋଦି ଉତ୍ତରପ୍ରଦେଶରେ ଏକ ରାଲିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଦେଖିବା କି ଦମଦମରେ ଦିଦି ମୋ ରାଲି ହେବାକୁ ଦେଉଛନ୍ତି କି ନାହିଁ। ଏହାସହିତ ସେ କହିଛନ୍ତି ଯଦି ଦିଦିଙ୍କର ଚାଲୁନଥାନ୍ତି ତେବେ ସେ ଆମ ହେଲିକପ୍ଟରକୁ ବି ଓହ୍ଲାଇବାକୁ ଦେବେ ନାହିଁ।

ଏହାସହିତ ମୋଦି ଅଖିଳେଶ ଓ ମୟାବତୀଙ୍କୁ ବି ଟାର୍ଗେଟ କରିବା ଢଙ୍ଗରେ କହିଛନ୍ତି କି ବୁଆ ବବୁଆ ପଶ୍ଚିମବଙ୍ଗ ତିଆରି କଲେ ମାତ୍ର ଗିରବଙ୍କଠୁ ଦୂରେଇଗଲେ, ସେମାନଙ୍କର ଗୋଟିଏ ଲକ୍ଷ୍ୟ କି ଜାତି ନାଁରେ ଶାସନ ହତେଇବା।

ପ୍ରଧାନମନ୍ତ୍ରୀ କହିଛନ୍ତି ମମତା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମାନନ୍ତି କିନ୍ତୁ ହିନ୍ଦୁସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବୋଲି ମାନି ନଥାନ୍ତି। ଏହାସହିତ ସେ ଟିଏମସି ଉପରେ ଅରାଜକତାର ଆରୋପ ଲଗାଇ କହିଛନ୍ତି ଯେବେ ଠାକୁରନଗରରେ ରାଲି ଥିଲା ସେଠି ପରିସ୍ଥିତି ଏମିତି କରାଯାଇଥିଲା କି ନିଜ ସମ୍ବୋଧନ ଅଧାରୁ ଛାଡ଼ିବାକୁ ପଡ଼ିଥିଲା।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment