ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଗଣତନ୍ତ୍ରର ସବୁଠୁ ବଡ଼ ମହାପର୍ବର ଶେଷ ପର୍ଯ୍ୟାୟ ଲାଗି ମତଦାନ ମେ ୧୯ରେ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୮ରାଜ୍ୟରେ ୫୯ ଆସନ ଲାଗି ମତଦାନ ହେବ। ଶେଷ ପର୍ଯ୍ୟାୟରେ ଅନେକ ଭିଭିଆଇପିଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା ଜନାର୍ଦ୍ଦନ। ତେବେ ଆସନ୍ତୁ ଜାଣିବା ଶେଷ ପର୍ଯ୍ୟାୟରେ କେଉଁ ରାଜ୍ୟରେ କିଏ ହେଭିୱେଟ ଅଛନ୍ତି।

ବିହାର

ବିହାରରେ ଶେଷ ପର୍ଯ୍ୟାୟରେ ୮ଟି ଆସନ ଲାଗି ମତଦାନ ହେବ। ଏହି ଆସନରୁ ଅନେକ ହାଇପ୍ରୋଫାଇଲ ନେତା ଏଥର ମୈଦାନରେ ଅଛନ୍ତି। ପାଟନାସାହିବ ଆସନରୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ କଂଗ୍ରେସର ଶତ୍ରୃଘ୍ନ ସିହ୍ନା ଅଛନ୍ତି। ସେହିପରି ପାଟଳିପୁତ୍ର ଆସନରୁ ଲାଲୁଙ୍କ ବଡ଼ ପୁଅ ଅଛନ୍ତି।

ଉତ୍ତରପ୍ରଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଢ଼ୁଥିବା ଆସନ ଉତ୍ତରପ୍ରଦେଶର ବାରଣାସୀ ଲାଗି ମତଦାନ ହେବ ଶେଷ ପର୍ଯ୍ୟାୟରେ। ସେପଟେ ଗୋରଖପୁର ଆସନରୁ ଭୋଜପୁରୀ ଷ୍ଟାର ରବି କିଷନ ବି ମୈଦାନରେ ଅଛନ୍ତି। ଏହି ଆସନକୁ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷିତ ଆସନ ବୋଲି କୁହାଯାଇଥାଏ। ଗାଜିପୁରାରେ ବି ମନୋଜ ସିହ୍ନା ନିର୍ବାଚନ ଲଢ଼ୁଛନ୍ତି।

ପଞ୍ଜାବ

ପଞ୍ଜାବରେ ୧୩ ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ମେ ୧୯ରେ ନିର୍ବାଚନ ହେବାକୁ ଯାଉଛି। ଗୁରୁଦାସପୁର ଆସନରୁ ସନ୍ନି ଦେଓଲ ନିର୍ବାଚନ ଲଢ଼ୁଛନ୍ତି ପ୍ରଥମଥର ଲାଗି। ସେହିପରି ଚଣ୍ଡିଗଡରେ ବିଜେପିରୁ କିରଣ ଖେର ମୈଦାନରେ ଅଛନ୍ତି।

ପଶ୍ଚିମବଙ୍ଗ

ପଶ୍ଚିମବଙ୍ଗରେ ନିର୍ଦ୍ଧାରିତ ସମୟର ୨୦ଘଣ୍ଟା ଆଗରୁ ଏଥର ପ୍ରଚାର ବନ୍ଦ ରହିଛି ହିଂସାକୁ ଦୃଷ୍ଟିରେ ରଖି। ତେବେ ଶେଷ ପର୍ଯ୍ୟାୟରେ ୮ଟି ଆସନଲାଗି ଏଠାରେ ନିର୍ବାଚନ ହେବ। କୋଲକାତା ଦକ୍ଷିଣ ଆସନରୁ ସୁବାସ ଚନ୍ଦ୍ର ବୋଷଙ୍କ ପରିବାରର ସଦସ୍ୟ ଚନ୍ଦ୍ର କୁମାର ବୋଷ ନିର୍ବାଚନ ଲଢ଼ୁଛନ୍ତି।

ଝାଡଖଣ୍ଡ

ଝାଡଖଣ୍ଡର ଦୁମକାରୁ ପୂର୍ବ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ମୈଦାନରେ ଅଛନ୍ତି। ସେହିପରି ହିମାଚଳ ପ୍ରଦେଶର ହମିରପୁର ଆସନରୁ ବିଜେପିର ପ୍ରତ୍ୟାଶୀ ଅନୁରାଗ ଠାକୁରଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା ଜନାର୍ଦ୍ଦନ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment