ଓଡ଼ିଶାଲାଇଭ୍ ବ୍ୟୁରୋ

 

ଖୁଣ୍ଟରେ ଚଢ଼ି ବିଦ୍ୟୁତ୍ ସଂଯୋଗ କରୁଥିବା ବେଳେ ଜଣେ ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଦିନ ଏଭଳି ଏକ ଘଟଣା ସମ୍ନାକୁ ଆସିଛି। ଖୁଣ୍ଟିରେ ଚଢ଼ି ବିଦ୍ୟୁତ ସଂଯୋଗ ଦେବା ବେଳେ ବିଦ୍ୟୁତ୍ ଆଘାତ ଲାଗି ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁରର ପବିତ୍ର ଜେନା।

ଏହି ଘଟଣାକୁ କେନ୍ଦ୍ର କରି ପୁରୀରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତି ପୂରଣ ଦାବି ନେଇ ବିଦ୍ୟୁତ୍ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ୨୦ ଘଣ୍ଟାରୁ ଅଧିକ ସମୟ ଧରି ସହରରେ ବିଦ୍ୟୁତ୍ ସରବରାହ ବନ୍ଦ ଥିଲା।

ସେସୁ, ଶ୍ରମିକ ନେତା, ପ୍ରଶାସନିକ ଅଧିକାରୀ ଓ ବିଦ୍ୟୁତ୍ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା। ଏହାପରେ ବିଦ୍ୟୁତ ସରବରାହ ସ୍ୱଭାବିକ ହୋଇଛି।

ଶୁକ୍ରବାର ବିଳମ୍ବିତ ରାତିରେ ପୁରୀ ସଦର ଥାନା ନିକଟସ୍ଥ ଏକ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ପବିତ୍ର ତାର ସଂଯୋଗ କରୁଥିଲେ। ହଠାତ୍ ବିଦ୍ୟୁତ୍ ଚାର୍ଜ ହୋଇଯିବାରୁ ପବିତ୍ର ବିଦ୍ୟୁତ୍ ଆଘାତ ପାଇ ତଳେ ଛିଟିକି ପଡ଼ିଥିଲେ। ଏହାପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ପବିତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ବିଦ୍ୟୁତ୍ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। କ୍ଷତି ପୂରଣ ଦାବିରେ କାର୍ଯ୍ୟବନ୍ଦ ଡାକରା ଦେଇ ସେସୁ କାର୍ଯ୍ୟାଳୟ ଓ ବିଦ୍ୟୁତ୍ ନିୟନ୍ତ୍ରଣ କକ୍ଷ ସମ୍ମୁଖରେ ଧାରଣାରେ ବସିଥିଲେ। ପରିଶେଷରେ ପୋଲିସ ବୁଝାସୁଝା କରିଥିଲେ। ଏହାସହ ସେସୁ ଏବଂ ଜିଏମ୍ ମିଳିତ ଭାବେ ଆଲୋଚନା କରି କ୍ଷତିପୂରଣ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ବିଦ୍ୟୁତ୍ ସରବରାହ ସ୍ୱଭାବିକ ହୋଇଥିଲା।

Comment