ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ମୋ’ ବଡ଼ ଭଉଣୀ ମତେ ବ୍ଲାକମେଲ୍ କରୁଥିଲେ। ସେ ମତେ ୨୫ ଲକ୍ଷ ଟଙ୍କା ମାଗିଥିଲେ। ହେଲେ ମୁଁ ନଦେବାରୁ ସେ ମତେ ଥରେ ପିଟିଥିଲେ। ଏ ସମ୍ପର୍କରେ ପୋଲିସକୁ ମୁଁ ଅବଗତ କରିଥିଲି। ହେଲେ ସେ ସମଲିଙ୍ଗୀ ସମ୍ପର୍କ ପ୍ରଘଟ କରିବାକୁ ମତେ ଧମକ ଦେଉଥିଲେ। ବାଧ୍ୟ ହୋଇ ମୁଁ ମୋ’ ସମ୍ପର୍କ ଖୁଲାସା କରିଥିଲି’’, କହିଛନ୍ତି ଦୂତୀ ଚାନ୍ଦ।

ଗତ ଦୁଇ ଦିନ ଧରି ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ ଓଡ଼ିଶା ଉଠୁଥିଲା ପଡୁଥିଲା। ବିବାଦ ତେଜିବା ପରେ ଦୂତୀ ଆଜି ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦଙ୍କୁ ବିବାଦକୁ ଟାଣିଛନ୍ତି।

ସରସ୍ୱତୀ ଦିଦି ହିଁ ତାଙ୍କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ଦୂତୀ।

ଗତ ଦୁଇ ଦିନ ତଳେ ଦୂତୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କ ସଂଘର୍ଷ କାହାଣୀ ସମ୍ପର୍କରେ କହିଥିଲେ। ଏଥିରେ ସେ ତାଙ୍କ ଭଉଣୀ ସରସ୍ୱତୀ ଚାନ୍ଦଙ୍କ ବିଷୟରେ ବର୍ଣ୍ଣନା କରିଥିଲେ। ଦୂତୀ ଭୁବନେଶ୍ୱର ସ୍ପୋର୍ଟସ୍ ହଷ୍ଟେଲ ଆସିବା ପଛରେ ସରସ୍ୱତୀଙ୍କ ହାତ ଥିବା କହିଥିଲେ ନିଜେ ଦୂତୀ।

ହେଲେ ଆଜି ଦୂତୀ ନିଜ ଭଉଣୀ ସରସ୍ୱତୀଙ୍କୁ ବିବାଦକୁ ଟାଣିଛନ୍ତି।

Comment