ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ରାତି ପାହିଲେ ଭୋଗ ଗଣତି। ଯାହାକୁ ନେତାଙ୍କଠୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ, ସାରା ଦେଶ ଅପେକ୍ଷା କରିଛି। ତେବେ ୨୩ରେ ଫଳାଫଳ ଆସିବ। ୨୬ତାରିଖ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ନିର୍ବାଚିତ ବିଧାୟକ ମାନଙ୍କର ଏକ ତାଲାକା ପ୍ରଦାନ କରାଯିବ।

ଏହାପରେ ନୂଆ ବିଧାନସଭା ଗଠନ ଲାଗି ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହେବ। ସଚିବାଳୟରେ ଔପଚାରିକ ପ୍ରକ୍ରିୟା ସରିବା ପରେ ୨୭ରେ ନୂଆ ସରକାର ଗଠନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ।

ତେବେ ଯାହା କୁହାଯାଉଛି ୨୭ରୁ ୩୦ ମଧ୍ୟରେ ନୂଆ ମନ୍ତ୍ରିମଣ୍ଡଳର ବିଧାୟକ ମାନେ ଶପଥ ଗ୍ରହଣ କରିବେ। ଅନ୍ୟପଟେ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଲାଗି ରାଜଭବନରେ ପ୍ରସ୍ତୁତି ଜୋର ସୋରରେ ଆରମ୍ଭ ହୋଇସାରିଛି।

ଶପଥ ଗ୍ରହଣ କାର୍ଯ୍ୟକ୍ରମ କେଉଁଠି ଅନୁଷ୍ଠିତ ହେବା ତାହା ସ୍ପଷ୍ଟ ହୋଇନାହିଁ। ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସମେତ ନୂଆମନ୍ତ୍ରୀ ମାନେ ଶପଥ ନେବେ ଏହାପରେ ବିଧାୟକମାନେ ଶପଥ ନେବେ। ତେବେ ଏହା ପୂର୍ବରୁ କାମଚଳା ବାଚସ୍ପତିଙ୍କୁ ନିର୍ବାଚିତ କରାଯିବ।

Comment