ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଦେଶରେ ୭ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନର ଭୋଟଗଣତି ଜାରି ରହିଛି। ସକଳ ୧୧ଟା ସୁଦ୍ଧା ଦେଶରେ ଯାହା ଟ୍ରେଣ୍ଡ ଚାଲିଛି ତାହା ଅନୁସାରେ ୫୪୨ ଆସନ ମଧ୍ୟରୁ ଏନଡିଏ ୩୪୧ ପ୍ଲସ ଆସନରେ ଆଗୁଆ ରହିଛି।  ସେହିପରି କଂଗ୍ରେସ ୮୩ ପ୍ଲସ ଆସନରେ ଓ ଅନ୍ୟ ଦଳକୁ ୧୧୮ ଆସନରେ ଆଗୁଆ ରହିଛି।

ପୂରା ଦେଶରେ ବିଜେପି ଆଗରେ ଓ କଂଗ୍ରେସ ପଛରେ ରହୁଛି ଟ୍ରେଣ୍ଡ ଅନୁସାରେ। ହିନ୍ଦୀହାର୍ଟ ଲ୍ୟାଣ୍ଡରେ ବିଜେପିକୁ ଅନେକ ସଫଳତା ମିଳୁଛି। ଏହି ଟ୍ରେଣ୍ଡକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହୀରା ବେନ ବି ଖୁସି ଅଛନ୍ତି।

ଘରୁ ବାହାରକୁ ଆସି ମିଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ଗାନ୍ଧିନଗର ସ୍ଥିତ ନିଜର ଘରୁ ବାହାରକୁ ଆସି ମୋଦିଙ୍କ ମା ହାତ ଯୋଡି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଗଣତିରୁ ଆକଳନ କରାଯାଇପାରେ ଦେଶରେ ଏନଡିଏ ସରକାର ଗଢ଼ିବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ।

Comment