ଓଡ଼ିଶାଲାଇଭ ବ୍ୟୁରୋ

ନିର୍ବାଚନ ଫଳାଫଳ ଆସିବା ପରେ ନୂଆ ଲୋକସଭା ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମେ’ ୩୦ ତାରିଖରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହାର ଗୋଟିଏ ସପ୍ତାହ ପରେ ସଂସଦର ପ୍ରଥମ ଅଧିବେଶନ ଆରମ୍ଭ ହେବ।

ରିପୋର୍ଟ ଅନୁସାରେ ନୂଆ ସରକାରର ପ୍ରଥମ ଅଧିବେଶନ ଜୁନ ୫ରୁ ଆରମ୍ଭ ହେବ। ଏହି ଅଧିବଶେନ ଜୁନ ୧୫ ଯାଏଁ ଚାଲିବ। ପରମ୍ପରା ଅନୁଯାୟୀ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ। ସଂସଦର ଏହି ପ୍ରଥମ ଅଧିବେଶନରେ  ସାଂସଦମାନେ ଶପଥପାଠ କରିବେ।

ଏହି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ପରିଚୟ କରାଇବେ। ମୋଦି ସରକାର ନିଜ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପନ କରିବେ।

Comment