ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆସନ୍ତାକାଲି ବାଚସ୍ପତି ନିର୍ବାଚନ। ଏ ନେଇ ନୋଟିସ ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏ ନେଇ ସୂର୍ଯ୍ୟନାରାୟଣ ପାତ୍ରଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିକ୍ରମ କେଶରୀ ଆରୁଖ। ଏବେ ଅମର ଶତପଥୀ ଗୃହର କାମଚଳା ବାଚସ୍ପତି ଭାବେ ଦାୟିୂତ୍ଵ ତୁଲାଉଛନ୍ତି।

ବିରୋଧୀ ବିଜେପି ଏବଂ କଂଗ୍ରେସ ପାଖରେ ଅଧିକ ସଂଖ୍ୟାରେ ବିଧାୟକ ନଥିବାରୁ ସେମାନେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦେଇ ନପାରନ୍ତି। ଏଣୁ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇପାରନ୍ତି।

ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଜୁନ୍ ୧ ତାରିଖ ଯାଏଁ ଚାଲିବ। କାମଚଳା ବାଚସ୍ପତି ନବ ନିର୍ବାଚିତ ବିଧାୟକ ମାନଙ୍କୁ ଶପଥ ପାଠ କରାଇଛନ୍ତି।

LEAVE A REPLY

Please enter your comment!
Please enter your name here