ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନ ମାର୍ଗ ଦେଇ କିର୍ଗିସ୍ତାନ ଯିବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଏହାସହ ଅନ୍ୟ ଭିଭିଆଇପିମାନଙ୍କ ବିମାନ ଓମାନ, ଇରାନ ଓ ମଧ୍ୟ ଏସିଆ ଦେଶ ଦେଇ କିର୍ଗିସ୍ତାନର ବିସକେକରେ ପହଞ୍ଚିବ।

ଜୁନ ୧୩ରେ ହେବାକୁ ଥିବା ସଙ୍ଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦି କିର୍ଗିସ୍ତାନର ରାଜଧାନୀ ବିସକେକ୍‌ ଯିବେ। ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦି ପାକିସ୍ତାନ ଦେଇ ଯାଇଥାନ୍ତେ। ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅନୁମତି ମଧ୍ୟ ମିଳି ସାରିଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ରୁଟ୍ ବଦଳାଯାଇଛି।

ବର୍ତ୍ତମାନ ମୋଦିଙ୍କ ବିମାନ ଓମାନ, ଇରାନ ଓ ମଧ୍ୟ ଏସିଆ ରାଷ୍ଟ୍ର ଦେଇ ବିସକେକକୁ ଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଯୋଗ ଦେବେ।

Comment