ଓଡ଼ିଶାଲାଇଭ ବ୍ୟୁରୋ

କ୍ରିକେଟରୁ ଫୁରସତ ପାଇ ସଲମାନଙ୍କ ‘ଭାରତ ଦେଖିଲେ ଟିମ୍ ଇଣ୍ଡିଆ।

ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ର ଜଲଓ୍ୱା ଦେଶରେ ନୁହେଁ ବିଦେଶରେ ବିୁ ଦେଖିବାକୁ ମିଳୁଛି। ସଲମାନଙ୍କ ଅଭିନୀତ ଏହି ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି। ଏମତିକି ଫିଲ୍ମର କ୍ରେଜ ଭାରତୀୟ କ୍ରିକେଟ ଟିମରେ ବି ଦେଖିବାକୁ ମିଳିଛି।

ମହେନ୍ଦ୍ର ସିଂହ ଧୋନିଙ୍କ ସହିତ ଟିମ ଇଣ୍ଡିଆର ଖେଳାଳି ଖେଳରୁ ଫୁରସତ ପାଇ ‘ଭାରତ’ ଦେଖିଛନ୍ତି।  ଫିଲ୍ମ ଦେଖିବା ପରେ କେଦାର ଯାଦବ ଏକ ଫଟୋ ଟୁଇଟରରେ ପୋଷ୍ଟ କରିଛନ୍ତି। ତାଙ୍କ ଟୁଇଟରେ ସଲମାନ ନିଜେ ପ୍ରତିକ୍ରିୟା ଦେଇଛନ୍ତି।

ସଲମାନଙ୍କ ଭାରତ ବକ୍ସ ଅଫିସତରେ ହିଟ ହୋଇସାରିଛି। ରିଲିଜ ହେବାର ମାତ୍ର ସପ୍ତାହରେ ଫିଲ୍ମଟି ୧୭୦ କୋଟି ଆୟ କରିବାରେ ସଫଳ ହୋଇଛି।

ଫିଲ୍ମରେ ସଲମାନ, କ୍ୟାଟ୍ରିନା କୈଫ, ଦିଶା ପାଟନୀଙ୍କ ଅଭିନୟକୁ ଖୁବ ପସନ୍ଦ କରିଛନ୍ତି ଦର୍ଶକ।

ଭାରତୀୟ କ୍ରିକେଟ ଟିମ ବିଶ୍ୱକପ ପାଇ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଜୁନ ୧୩ ତାରିଖରେ ନ୍ୟୁଜିଲାଣ୍ହ ସହିତ ମ୍ୟାଚ ଖେଳିବ ଟିମ ଇଣ୍ଡିଆ।

Comment