ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୧୭ ତାରିଖରେ ସାରା ଦେଶରେ ଡାକ୍ତରମାନେ କରିବେ ବିକ୍ଷୋଭ। ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୧୮ ତାରିଖ ସକାଳ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ଇଣ୍ଡିଆନ ମେଡିକାଲ ଆସୋସିଏସନ। ତେବେ ଜରୁରିକାଳୀନ ସେବା ବନ୍ଦ ହେବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଆଇଏମଏ କହିଛି ଯେ ଆମେ ଡାକ୍ତରଖାନାରେ ଡାକ୍ତରଙ୍କର ସୁରକ୍ଷା ଚାହୁଁଛୁ। କୋଲକାତାରେ ଯେଉଁଭଳି ଡାକ୍ତରଙ୍କ ଉପରେ ଆକ୍ରମଣ କରାଯାଇଛି ସେଥିରେ ଅନେକ ମେଡିକାଲ ଛାତ୍ର ଭୟଭୀତ ହୋଇଯାଇଛନ୍ତି। ଏଣୁ ଡାକ୍ତରଙ୍କ ଉପରେ ଯେଉଁମାନେ ଆକ୍ରମଣ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

କୋଲକାତାରେ ଡାକ୍ତରଙ୍କ ଉପରେ ଆକ୍ରମଣକୁ ନେଇ ସାରା ଦେଶରେ ଆନ୍ଦୋଳନ ତେଜିଛି। ବିଭିନ୍ନ ରାଜ୍ୟରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପଶ୍ଚିମବଙ୍ଗରେ ୧୫୦ ଡାକ୍ତର ଇସ୍ତଫା ଦେଇଛନ୍ତି।

Comment