ଓଡ଼ିଶାଲାଇଭ ବ୍ୟୁରୋ

ଆଜି ୧୭ତମ ଲୋକସଭା ଅଧିବେଶନର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ବି ଗୃହରେ ସାଂସଦଙ୍କ ଶପଥ ପାଠ ଉତ୍ସବ ଜାରି ରହିଛି। ଆଜି ବିଜେଡ଼ିର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଲୋକସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି।

କାମଚଳା ବାଚସ୍ପତି ବିରେନ୍ଦ୍ର କୁମାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଗତକାଲିଠୁ ଲୋକସଭା ଅଧିବେଶନ ଆରମ୍ଭ ହୋଇଛି। କାର୍ଯ୍ୟଦିବସରେ ପ୍ରଥମ ଦିନରେ ଲୋକସଭାକୁ ନିର୍ବାଚିତ ହୋଇଥିବା ନୂଆ ସଦସ୍ୟମାନେ ସାଂସଦ ଭାବେ ଶପଥ ନେଇଥିଲେ। ଗତକାଲି ୧୬ ଜଣ ଓଡ଼ିଆ ସାଂସଦ ଶପଥ ନେଇଥିଲେ।

ସୋମବାରଠୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ସମୁଦାୟ ୩୦ କାର୍ଯ୍ୟଦିବସରେ ଆଲୋଚନା କରାଯିବ।

ଜୁଲାଇ ୫ ରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ପୁର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।

Comment