ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର

ପଶ୍ଚିମ ଓଡିଶାରେ ଭୂମିକମ୍ପ ଝଟକା!

ପଶ୍ଚିମ ଓଡିଶାରେ କିଛି ସ୍ଥାନରେ ମୃଦୁ ଭୂମିକମ୍ପର ଝଟକା ଲାଗିଛି। ଏହି ଝଟକା ମାତ୍ର କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଛି। ଝଟକା ପରେ ଲୋକମାନେ ଭୟଭୀତ ହୋଇ ଘରଛାଡି ବାହାରକୁ ପଳାଇ ଆସିଥିଲେ।

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବକୁ ସମର୍ଥନ କଲେ ନବୀନ

ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ଏ ସମ୍ପର୍କରେ କହିଛନ୍ତି, ‘‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସ୍ତାବକୁ ଆମ ଦଳ ସମର୍ଥନ କରୁଛି।’’

ବିଶ୍ୱକପ ୨୦୧୯ – ଧାୱନ ଆଉଟ୍, ରିଷଭ ଇନ୍

ଟିମ୍‌ ଇଣ୍ଡିଆକୁ ଫେରିବେନି ଧାୱନ। ଆହତ କାରଣରୁ କ୍ରିକେଟ୍‌ ବିଶ୍ୱକପ ୨୦୧୯ରୁ ବାହାର ହେଲେ ଟିମ୍‌ ଇଣ୍ଡିଆର ଷ୍ଟାର ଓପନର ଶିଖର ଧାୱନ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଧାୱନ ଧୂଆଁଧାର ବ୍ୟାଟିଂ କରି ଭାରତକୁ ବିଜୟ ଦେଇଥିଲେ। କିନ୍ତୁ ସେହି ମ୍ୟାଚ୍‌ରେ ଆହତ ହୋଇ ପଡ଼ିଥିଲେ ଏହି ଷ୍ଟାର ପ୍ଲେୟର। ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ବିଶ୍ୱକପ ୨୦୧୯ରୁ ଧାୱନଙ୍କୁ ବିଦା ହେବାକୁ ପଡ଼ିଛି। ଧାୱନଙ୍କ ସ୍ଥାନରେ ଭାରତର ବିଶ୍ୱକପ ବାହିନୀରେ ପ୍ରବେଶ କଲେ ଯୁବା ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ ରିଷଭ ପନ୍ତ।

ଜୁନ ୨୧ରେ ପ୍ରକାଶ ପାଇବ +୨ ରେଜଲ୍ଟ

ଆସନ୍ତା ଜୁନ୍‌ ୨୧ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ପୂର୍ବରୁ +୨ ବିଜ୍ଞାନ ଫଳ ପ୍ରକାଶ ପାଇସାରିଥିବା ବେଳେ ଅନ୍ୟ ପରୀକ୍ଷା ଫଳ ବାହାରିବାରେ ବିଳମ୍ବ ହୋଇଛି। ତେବେ ଆସନ୍ତା ୨୧ ତାରିଖ ଅପରାହ୍‌ଣ ସାଢ଼େ ୩ଟାରେ +୨ କଳା ଓ ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

ସର୍ବକ୍ଷମା ଆବେଦନର ଅବଧି ଆହୁରି ୬ମାସ ବଢାଇଲେ ରାଜ୍ୟ ସରକାର

ବେଆଇନ ନିର୍ମାଣକୁ ଆଇନ ସମ୍ମତ କରିବା ପ୍ରକ୍ରିୟା ‘ସର୍ବକ୍ଷମା’ ଆବେଦନର ଅବଧି ବଢିଛି। ଗତ ବର୍ଷ ଜୁନ ୨୦ରେ ନଗର ଉନ୍ନୟନ ବିଭାଗ ସର୍ବକ୍ଷମା ଯୋଜନା ଆରମ୍ଭ କରିଥିଲା। ଗୁରୁବାର ଏହି ଯୋଜନାକୁ ବର୍ଷେ ପୂରିବ। ବର୍ଷକ ଭିତରେ ଆବେଦନ ଆଶାତୀତ ହୋଇନଥିବାରୁ ଏହାକୁ ଦୃଷ୍ଟିରେ ରଖି ଆବେଦନ ଅବଧିକୁ ଆହୁରି ୬ ମାସ ବୃଦ୍ଧି କରାଯାଇଛି। ମଙ୍ଗଳବାର ଏନେଇ ନଗର ଉନ୍ନୟନ ସଚିବ ଜି. ମାଥିବାଥନନ ବିଜ୍ଞପ୍ତି ଜାରି କରିଛନ୍ତି।

୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ମୌସୁମୀ ବର୍ଷାରେ ଓଦା ହେବ ସାରା ଓଡ଼ିଶା। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ। ଏହା ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ତେବେ ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଆଠଗଡ଼ରେ ପୂର୍ବତନ ବିଧାୟକଙ୍କୁ ଗାଁରୁ ବାସନ୍ଦ – ପାଣି, ବିଦ୍ୟୁତ ବନ୍ଦ କଲେ ଲୋକେ

ଆଠଗଡ଼ର ପୂର୍ବତନ ବିଧାୟକଙ୍କ ପରିବାରକୁ ଏକ ଜମିଜମା ବିବାଦରେ ବାସନ୍ଦ କରିଛନ୍ତି ଗାଁ ଲୋକେ। ପୂର୍ବତନ ବିଧାୟକ ରମେଶ ରାଉତଙ୍କୁ ତାଙ୍କ ଗାଁ ରାଧାଗୋବିନ୍ଦପୁରରୁ ବାସନ୍ଦ କଲା ପରେ ସେ ଏନେଇ ଥାନାରେ ଏତଲା ଦେଇଛନ୍ତି।

ସହିଦ ଅଜିତଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜମ୍ମୁ କଶ୍ମୀରରେ ସହିଦ ହୋଇଥିବା ଓଡ଼ିଆ ଯବାନ ଅଜିତ ସାହୁଙ୍କ ପରିବାର ଲାଗି ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସହିଦଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସହାୟତା ରାଶି ଘୋଷଣା କରିବା ସହିତ ସହିଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ପ୍ରକାଶ ପାଇଲା ଉଭୟ ଅନଲାଇନ-ଅଫଲାଇନ୍ ଓଜେଇଇ ରେଜଲ୍ଟ

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଏଣ୍ଟ୍ରାନ୍ସ ରେଜଲ୍ଟ ପ୍ରକାଶ ପାଇଛି। ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ରେଜଲ୍ଟ ବାହାରିବା ସହ ଓଜେଇଇ ପୁସ୍ତିକା ଉନ୍ମୋଚିତ ହୋଇଛି।

ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଜି ଜନ୍ମଦିନ। ୧୯୭୦ ମସିହା ଜୁନ ୧୯ ତାରିଖରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ରାହୁଲ। ଆଜି ସେ ତାଙ୍କ ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିବସ ଅବସରରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ମୋଦି ଏକ ଟୁଇଟ ମଧ୍ୟ କରିଛନ୍ତି।

ଓମ ବିର୍ଲା ହେଲେ ଲୋକସଭା ବାଚସ୍ପତି

ଓମ ବିର୍ଲା ହେଲେ ଲୋକସଭାର ବାଚସ୍ପତି। ସର୍ବସମ୍ମତି କ୍ରମେ  ଲୋକସଭାର ବାଚସ୍ପତି ଭାବେ ସେ ନିର୍ବାଚିତ ହୋଇଛନ୍ତି। ଲୋକସଭା ବାଚସ୍ପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ତାଙ୍କ ନାଁ ପ୍ରସ୍ତାବିତ ହୋଇଥିଲା। ଏହି ପ୍ରସ୍ତାବକୁ କଂଗ୍ରେସ ସମେତ ଅନ୍ୟ ଦଳ ବି ସମର୍ଥନ କରିଛନ୍ତୀ। ମଙ୍ଗଳବାର ଲୋକସଭା ବାଚସ୍ପତି ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ ଓମ ବିର୍ଲା। ଓମ ବିର୍ଲାଙ୍କ ପୂର୍ବରୁ ଲୋକସଭା ବାଚସ୍ପତି ଥିଲେ ସୁମିତ୍ରା ମହାଜନ।

ବୃହତ ବ୍ୟବଧାନରେ ହାରିଲା ଆଫଗାନିସ୍ତାନ

ଚଳିତ ଆଇସିସି ବିଶ୍ଵକପର ୨୪ତମ ମ୍ୟାଚରେ ଇଂଲଣ୍ଡ ଚମତ୍କାର ପ୍ରଦର୍ଶନ କରି ଆଫଗାନିସ୍ତାନକୁ ୧୫୦ ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି। ଦଳ ପକ୍ଷରୁ ଏହି ମ୍ୟାଚରେ ନୂଆ ରେକର୍ଡ ମଧ୍ୟ ହୋଇଛି। ଅଧିନାୟକ ମୋର୍ଗାନଙ୍କ ବିସ୍ଫୋରକ ୭୧ ବଲରୁ ୧୪୮ ରନ କରି ଆଫଗାନ ବୋଲରଙ୍କ ନିଦ ହଜାଇ ଦେଇଥିଲା।

ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ବୁଧବାର ଓଡ଼ିଶା ଯୁଗ୍ମ ପ୍ରବେଶିକା ଅନଲାଇନ ଓ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇବ। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ଓଜେଇଇ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ojee.nic.in କ୍ଲିକ୍ କରି ଓଜେଇଇ ରେଜଲ୍ଟ ଦେଖିପାରିବେ।

ସହିଦ ଓଡ଼ିଆ ଯବାନଙ୍କ ବଳିଦାନକୁ ସାଲ୍ୟୁଟ୍ କଲେ ମୁଖ୍ୟମନ୍ତ୍ରୀ

ଜମ୍ମୁ କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳିରେ ଓଡ଼ିଆ ଯବାନ ସହିଦ ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ କରି ଅଜିତଙ୍କୁ ସାଲ୍ୟୁଟ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ।

ନବୀନ ଟୁଇଟ କରି ଲେଖିଛନ୍ତି, ‘‘ଜମ୍ମୁ-କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟରେ ଓଡ଼ିଆ ଯବାନ ଅଜିତ କୁମାର ସାହୁ ସହିଦ ହୋଇଛନ୍ତି। ଏଥିପାଇଁ ମୁଁ ବହୁତ ଦୁଃଖିତ। ତାଙ୍କ ବଳିଦାନକୁ ମୁଁ ସାଲ୍ୟୁଟ କରୁଛି।’’

ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗଲେ ନବୀନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ବୁଧବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ମୋଦିଙ୍କ ଏହି ବୈଠକରେ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳର ସଭାପତିମାନେ ଯୋଗ ଦେବେ। ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଦିଲ୍ଲୀ ଗସ୍ତ କରିଛନ୍ତି।

‘ଏକ ଦେଶ ଏକ ନିର୍ବାଚନ’ ଉପରେ ଆଜି ମୋଦିଙ୍କ ସର୍ବଦଳୀୟ ବୈଠକ

ଦୀର୍ଘଦିନରୁ ଦେଶରେ ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ପାଇଁ ଚର୍ଚ୍ଚା ହେଉଛି। ଆଜି ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପ୍ରସଙ୍ଗ ସହ ଆଉ ୪ଟି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ  ଯୋଗ ଦେବାକୁ ଜାତୀୟ, ଆଞ୍ଚଳିକ ଦଳର ସଭାପତି ସାମିଲ ହେବେ। ବୁଧବାର ଦିନ ୩’ଟାରେ ଏହି ବୈଠକ ଅନୁଷ୍ଠିତ ହେବ।

ଆଜି ଗାଁରେ ପହଞ୍ଚିବ ସହିଦ ଅଜିତଙ୍କ ପାର୍ଥିବଶରୀର

ଜମ୍ମୁ କାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ସଡ଼ିଆ ଯବାନ ଅଜିତ ସାହୁଙ୍କୁ ପାର୍ଥିବଶରୀର ଆଜି ଓଡ଼ିଶା ଆସିବ।  ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଗାଁକୁ ନିଆଯିବ। ସହିତ ଅଜିତ ଗାଁ ଢ଼େଙ୍କନାଳ ଜିଲ୍ଲା କାମକ୍ଷାନଗର ବ୍ଲକ ବଡ଼ସୁଆଁଳ।

Comment