ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

କିଏ ହେବ କଂଗ୍ରେସ ଅଧ୍ୟକ୍ଷ? ସୋନିଆ କହିଲେ, ‘ନୋ କମେଣ୍ଟ’
୨୦୧୯ ନିର୍ବାଚନ ଫଳାଫଳ କଂଗ୍ରେସକୁ ନିରାଶ କରିବା ପରେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ଇସ୍ତଫାପତ୍ରକୁ ଏଆଇସିସି ଗ୍ରହଣ କରୁନି। କିନ୍ତୁ ଅଧ୍ୟକ୍ଷ ପଦ ଛାଡ଼ିବା ପାଇଁ ରାହୁଲ ତାଙ୍କ ଜିଦ୍ରେ ଅଟଳ ରହିଛନ୍ତି। ଯଦି ରାହୁଲ ଅଧ୍ୟକ୍ଷ ପଦ ଛାଡ଼ନ୍ତି ତାହାଲେ କଂଗ୍ରେସର ଅଧ୍ୟକ୍ଷ କିଏ ହେବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି।

ଇଂଲଣ୍ଡ ବିପକ୍ଷ ମ୍ୟାଚରେ କମଳା ରଙ୍ଗ ଜର୍ସିରେ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ବେକ କାଟି ଦେଲେ ଦୁର୍ବୃତ୍ତ: ସାରା ଜିଲ୍ଲାରେ ଉତ୍ତେଜନା
କେନ୍ଦ୍ରାପଡ଼ାରେ ପ୍ରବାଦ ପୂରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ବେକ କେହି ଦୁର୍ବୃତ୍ତ କାଟିଦେଇଥିବାର ଅଭିଯୋଗ ହୋଇଛି। ରାଜନଗର ସ୍ଥିତ ତ୍ରିନାଥ ବଜାର ନିକଟରେ ଥିବା ବିଜୁ ସ୍ମୃତି ସଂସଦ କାର୍ଯ୍ୟାଳୟ ପରିସରରେ ଏହି ଘଟଣା ଘଟିଛି। କେହି ଦୁର୍ବୃତ୍ତ ଏହି କାଣ୍ଡ ଘଟାଇ ଫେରାର ହୋଇଯାଇଛି। ଏହା ପରେ ସାରା ଜିଲ୍ଲାରେ ଉତ୍ତେଜନ ଦେଖା ଦେଇଥିବାବେଳେ ଅପରାଧିକୁ ଗିରଫ କରିବାକୁ ଦାବି କରିଛି ବିଜେଡି।

ଜଗତସିଂହପୁରରେ ବଜ୍ରପାତ – ୧୫ ବର୍ଷର ଝିଅ ମୃତ, ୨ ଆହତ
ଜଗତସିଂହପୁର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଜିଲ୍ଲା ସଦର ଥାନା ଅନ୍ତର୍ଗତ ନାରଣପୁର ଗାଁରେ ଗୁରୁବାର ସକାଳେ ବଜ୍ରପାତ ପଡ଼ି ଜଣେ ୧୫ ବର୍ଷୀୟ ଝିଅର ମୃତ୍ୟୁ ହୋଇଛି। ଏହି ଘଟଣାରେ ପରିବାର ଅନ୍ୟ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତ ୧୫ ବର୍ଷୀୟ ଝିଅର ନାଁ ସୁଜାତା ଭୋଇ ବୋଲି ଜଣାପଡ଼ିଛି।

୨୪ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ଓଡ଼ିଶା ଦେଇ ରାଜ୍ୟରେ ପ୍ରବେଶ କରିବ ମୌସୁମୀ ବାୟୁ। ପ୍ରାଥମିକ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶାରେ ସକ୍ରିୟ ହେବାପରେ ସାରା ଓଡ଼ିଶାରେ ପ୍ରବାହିତ ହେବ ମୌସୁମୀ। ମୌସୁମୀ ଲଘୁଚାପକୁ ସାଙ୍ଗରେ ନେଇ ଓଡ଼ିଶାରେ ପ୍ରବେଶ କରିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବିମାନ AN-32 ଦୁର୍ଘଟଣାସ୍ଥଳରୁ ୬ ଶବ ଓ ୭ ଦେହାବଶେଷ ଉଦ୍ଧାର : ବାୟୁସେନା
ଭାରତୀୟ ବାୟୁସେନାର ନଖୋଜ ବିମାନ AN-32ର ଦୁର୍ଘଟଣାସ୍ଥଳରୁ ୬ ଶବ ଓ ୭ ଜଣଙ୍କ ଦେହାବଶେଷ ଉଦ୍ଧାର କରାଯାଇଛି। ଏନେଇ ଗୁରୁବାର ବାୟୁସେନାର ପକ୍ଷରୁ ସୂଚନା ଦିଆଯାଇଛି। ଗତ ଜୁନ୍ ୩ ତାରିଖରେ ଆସମର ଏୟାରବେସ୍ରୁ ଏଏନ୍-୩୨ ବିମାନ ଉଡ଼ାଣ ଭରିଥିଲା। ତେବେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
ଭବାନୀଙ୍କ ସଫଳତା – ଦିନରେ ଜଳଖିଆ ବିକ୍ରି, ରାତିରେ ପାଠ ପଢ଼ି ହେଲେ ଓଜେଇଇ ଟପ୍ପର
ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନେ ସବୁ ବନ୍ଧବାଡ଼। ଏହାକୁ ସତ ପ୍ରମାଣ କରି ସମସ୍ତଙ୍କ ପାଇ ଉଦାହରଣ ପାଲଟିଛନ୍ତି ଓଜେଇଇ ଟପ୍ପର ଭବାନୀ ଶଙ୍କର ବେହେରା। ଆର୍ଥିକ ଅଭାବ ଅନଟନ ଭିତରେ ସେ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ କରିଛନ୍ତି କସରତ। ଏବେ ଇଞ୍ଜିନିୟର ହେବା ପାଇଁ ସ୍ୱପ୍ନ ଦେଖୁଥିବା ଭବାନୀଙ୍କ ସ୍ୱପ୍ନ ପୂରଣ ପାଇଁ ଖୋଲିଛି ବାଟ। ଓଜେଇଇ ଟପ୍ପର ହୋଇ ନିଜ ସ୍ୱପ୍ନରେ ଡେଣା ଲଗାଇଛନ୍ତି ଭବାନୀ।


ସଂସଦକୁ ସମ୍ବୋଧିତ କଲେ ରାଷ୍ଟ୍ରପତି, ନବନିର୍ବାଚିତ ସାଂସଦଙ୍କୁ ଦେଲେ ଅଭିନନ୍ଦନ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦର ଯୁଗ୍ମ ଅଧିବଶେନକୁ ସମ୍ବୋଧିତ କରିଛନ୍ତି। ସଂସଦର ସେଣ୍ଟ୍ରାଲ ହଲରେ ରାଷ୍ଟ୍ରପତି ନିଜର ଅଭିଭାଷଣ ରଖିଛନ୍ତିା ସର୍ବପ୍ରଥମେ ରାଷ୍ଟ୍ରପତି ସଂସଦରେ ନବନିର୍ବାଚିତ ସାଂସଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପାଟକୁରା – କଂଗ୍ରେସ ପାଇଁ ଆଉ ଏକ ପରାଜୟର ଅପେକ୍ଷା
ପାଟକୁରା ଉପନିର୍ବାଚନ ପାଇଁ ଶାସକ ବିଜେଡି ଓ ବିଜେପି ପ୍ରଚାର ଆରମ୍ଭ କରିଦେଇଥିବା ବେଳେ କଂଗ୍ରେସ ଶିବିରରେ ସେଭଳି କିଛି ଉତ୍ସାହ ଆଖିରେ ପଡ଼ୁନାହିଁ। ନିକଟରେ ଅନୁଷ୍ଠିତ ଲୋକସଭା ଓ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପାଟକୁରାରେ ଆଉ ଏକ ପରାଜୟ ଦଳକୁ ଅପେକ୍ଷା କରିଛି ଏହା ସ୍ପଷ୍ଟ। ଅବଶ୍ୟ ଏ ପର୍ଯ୍ୟନ୍ତ ପାଟକୁରା ଉପନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। ତେବେ ପ୍ରଚାରରେ ବିଜେଡି ଓ ବିଜେପି ପୂରା ଆଗୁଆ ଅଛନ୍ତି।

ଭାରି ବର୍ଷା ସହ ବଜ୍ରପାତ ସମ୍ଭାବନା, ୧୧ ଜିଲ୍ଲାକୁ ସତର୍କ ସୂଚନା
ଗୁରୁବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହିତ କିଛି ସ୍ଥାନରେ ଝିପ୍ ଝିପ୍ ବର୍ଷା ହୋଇଛି। ଅନ୍ୟ କିଛି ଜିଲ୍ଲାରେ ଭାରି ବର୍ଷା ସହ ବତ୍ରପାତ ହେବାର ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ମୋଟୋରୋଲା ଲଞ୍ଚ କଲା ବହୁ ପ୍ରତିକ୍ଷିତ ସ୍ମାର୍ଟଫୋନ ‘ୱାନ ଭିଜନ’
ସ୍ମାର୍ଟଫୋନ ନିର୍ମାଣକାରୀ ସଂସ୍ଥା ମୋଟୋରୋଲା ବହୁ ପ୍ରତିକ୍ଷିତ ଫୋନ ‘ୱାନଭିଜନ’ ଗୁରୁବାର ଭାରତରେ ଲଞ୍ଚ କରିଛି। ଗତ ମେ’ ମାସରେ ବ୍ରାଜିଲରେ ଏହାକୁ ବଜାର ପ୍ରବେଶ କରାଇଥିଲା କମ୍ପାନି।

ନିଷ୍ପତ୍ତି ବଦଳେଇଲେ ସରକାର, ଆସନ୍ତାକାଲିଠୁ ଖୋଲିବ ସ୍କୁଲ
ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ପାଗ ପରିବର୍ତ୍ତନ ଯୋଗୁଁ ଶୁକ୍ରବାରଠାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଖରା ଯୋଗୁଁ ଜୁନ୍୨୫ ତାରିଖ ଯାଏଁ ଛୁଟି ବଢ଼ାଇଥିଲେ ସରକାର। ଖରା କମିଯିବା ଯୋଗୁଁ ପୁଣି ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି।

ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ
ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିବ। ସଚିବାଳୟରେ ୫.୪୫ ମିନିଟରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷତା କରିବେ।




















