ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା-ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ରେଜଲ୍ଟ। ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଥିବା ଗୀତଗୋବିନ୍ଦ ସଦନରେ ଆଜି ଅପରାହ୍ଣ ୩ଟା ୩୦ରେ ପୁସ୍ତିକା ଉନ୍ମୋଚନ କରାଯିବ।

ବିଦ୍ୟାର୍ଥୀମାନେ www.chseodisha.nic.in ଓ www.orissaresults.nic.in ସାଇଟରେ ରେଜଲ୍ଟ ଦେଖିପାରିବେ। ରେଜଲ୍ଟ ପାଇଁ ପରୀକ୍ଷାର୍ଥୀଙ୍କୁ ରୋଲ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବରର ଆବଶ୍ୟକତା ରହିଛି।

ଚଳିତବର୍ଷ କଳା ବିଭାଗରେ ୨ଲକ୍ଷ ୩୫ହଜାର ୧୮୩ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୨୬,୨୭୮ ଜଣ  ଓ ଧନ୍ଦାମୂଳକ ପରୀକ୍ଷାରେ ୮ ହଜାର ୫୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Comment