ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାୟଗଡ଼ା ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ମଙ୍ଗଳବାର ଅପରାହ୍‌ଣ ୪.୩୦ରେ ହାୱଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍‌(୧୮୦୦୫) ଦୁର୍ଘଟଣାଗ୍ରସ୍ତ ହୋଇଛି। ସିଙ୍ଗାପୁର ରୋଡ-କେଉଟଗୁଡ଼ା ମଝିରେ ମେଣ୍ଟେନାନ୍ସ ଇଞ୍ଜିନ ଧକ୍କା ଦେବା ପଳରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଏହି ଘଟଣାରେ ୩ ଜଣ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମୃତ ରେଲୱେ କର୍ମଚାରୀ ହେଲେ ମେଣ୍ଟେନାନ୍ସ ଇଞ୍ଜିନ ଟେକ୍ନିସିଆନ ସୁରେଶ, ସିନିୟର ଇଲେକ୍ଟ୍ରିକାଲ ଇଞ୍ଜିନିୟର ସାଗର ଏବଂ ଇଲେକ୍ଟ୍ରିକାଲ ଟେକ୍ନିସିଆନ ଗୌରୀ ନାୟଡ଼ୁ। ମେଣ୍ଟେନାନ୍ସ ଇଞ୍ଜିନ ଧକ୍କା ଦେବା ପରେ ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା।

ଦୁର୍ଘଟଣାରେ ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଅନ୍ୟପକ୍ଷରେ କର୍ତ୍ତବ୍ୟ ଅବହେଳା ଯୋଗୁଁ ଏହି ଘଟଣାରେ ୩ ଜଣ ଷ୍ଟେସନ ମାଷ୍ଟରଙ୍କୁ ସସ୍‌ପେଣ୍ଡ କରାଯାଇଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛି।

Comment