ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

୨୦୧୯-୨୦ ବର୍ଷ ପାଇଁ ଆସିଲା ବଜେଟ – ଜାଣନ୍ତୁ କେଉଁ କ୍ଷେତ୍ର ପାଇଁ କେତେ?

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ବାତ୍ୟା ଫନି ପାଇଁ ବଜେଟରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସେହିପରି ମିଶନ ଶକ୍ତି ଏବଂ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାକୁ ମଧ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।

ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ନୂଆ ଜର୍ସି – କମଳା ରଙ୍ଗରେ ‘ମେନ୍‌ ଇନ୍‌ ବ୍ଲ୍ୟୁ’

ଲଞ୍ଚ ହେଲା ଭାରତୀୟ କ୍ରିକେଟ୍‌ ଟିମ୍‌ର ନୂଆ ଜର୍ସି। ବହୁ ଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଥିବା କମଳା ରଙ୍ଗର ଜର୍ସି ଉପରୁ ବିସିସିଆଇ ଆଜି ପରଦା ଉଠାଇଛି। ଟୁଇଟ୍‌ରରେ ବସିସିଆଇ ଟିମ୍‌ ଇଣ୍ଡିଆର ଏହି ନୂଆ ଜର୍ସିକୁ ସେୟାର କରିଛି। ଏହି କମଳା ରଙ୍ଗର ଜର୍ସି ପିନ୍ଧି ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ପଡ଼ିଆକୁ ଓହ୍ଲାଇବେ ବିରାଟ ବାହିନୀ।

୨୦ ହଜାର ୭୧୪ କୋଟିର କୃଷି ବଜେଟ୍, କେବଳ ‘କାଳିଆ’ ପାଇଁ ୫,୬୧୧ କୋଟି

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। କୃଷି ବଜେଟର ପରିମାଣ ହେଉଛି ୨୦ ହଜାର ୭୧୪ କୋଟି। ପ୍ରଥମେ କୃଷି ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ।

ମହିଳା ଓ ଚାଷୀଙ୍କ ପାଇଁ ପେଡ଼ି ଖୋଲିଦେଲେ ନବୀନ ସରକାର

ଓଡ଼ିଶା ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର। ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏହି ବଜେଟରେ ରାଜ୍ୟ ସରକାର ସବୁ ବର୍ଗକୁ ଗୁରୁତ୍ୱ ଦେଇଛନ୍ତି। ହେଲେ ମହିଳା ଏବଂ ଚାଷୀଙ୍କୁ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି ନବୀନ ସରକାର। ଚାଷୀ ଏବଂ ମହିଳାଙ୍କୁ ଅସ୍ତ୍ର କରି ବିଜୁ ଜନତା ଦଳ ପଞ୍ଚମ ଥର ପାଇଁ ସରକାରକୁ ଆସିଥିବାରୁ ପ୍ରଥମ ବଜେଟରେ ହିଁ ନବୀନ ସରକାର ଏମାନଙ୍କ ପାଇଁ ପେଡ଼ି ଖୋଲି ଦେଇଛନ୍ତି।

ବଜେଟ୍‌କୁ ନେଇ କିଏ କ’ଣ କହିଲେ?

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ମୋଟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ତେବେ ବଜେଟ୍‌ ଉପସ୍ଥାପନା ପରେ ଶାସକ ଏବଂ ବିରୋଧି ନିଜ ପ୍ରତିକ୍ରିୟା ରଖିଛନ୍ତି। ନବୀନ ଏହି ବଜେଟ୍‌କୁ ଗରିବଙ୍କ ବିକାଶରେ ସହାୟକ ହେବ ବୋଲି କହିଥିବା ବେଳେ ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ନୈରାଶ୍ୟଜନକ।

ଏୟାରଟେଲ ବନ୍ଦ କରିବ ୩ଜି ସେବା – ଆରମ୍ଭ ହେଲା କୋଲକାତାରୁ

ଭାରତୀୟ ଟେଲିକମ୍‌ କମ୍ପାନି ଭାରତୀ ଏୟାରଟେଲ୍‌ ଏବେ ଭାରତରେ ତା’ର ୩ଜି ସେବା ବନ୍ଦ କରିବାକୁ ଯୋଜନା କରୁଛି। ଏଥିସହିତ ଶୁକ୍ରବାର ଏୟାରଟେଲ କୋଲକାତାରୁ ଏହାର ୩ଜି ସେବା ବନ୍ଦ କରିବାକୁ ଘୋଷଣା କରିଛି। କମ୍ପାନି ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ୪ଜିବି ସେବା ଉପରେ ଫୋକସ୍‌ କରୁଛି।

ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକାଳ ବୃଦ୍ଧି ପାଇଁ ଅମିତ ଶାହଙ୍କ ପ୍ରସ୍ତାବ

ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ କାଳ ଆଉ ୬ ମାସ ବଢ଼ାଇବାକୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଲୋକସଭାରେ ପ୍ରସ୍ତାବ ଆଗତ କରିଛନ୍ତି। ଶାହଙ୍କ କହିବା ମୂତାବିକ, ଜମ୍ମୁ-କଶ୍ମୀରରେ ବର୍ତ୍ତମାନ ବିଧାନସଭା ଭଙ୍ଗ ହୋଇସାରିଛି। ଚଳିତ ବର୍ଷ ଶେଷ ଭାଗରେ ନିର୍ବାଚନ ଆୟୋଗ ରାଜ୍ୟରେ ପୁଣିଥରେ ନିର୍ବାଚନ କରିବାକୁ ଯାଉଛନ୍ତି। ସେଥିପାଇଁ ରାଜ୍ୟରେ ରାଷ୍ଟ୍ରପତି ଶାସନ କାଳ ଆଉ ୬ ମାସ ବଢ଼ାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି ଶାହ।

ଶ୍ରୀମନ୍ଦିରରେ ୨୦ ବିଲୁପ୍ତ ସେବା

ପ୍ରାତରୁତ୍‌ଥାୟ ନିର୍ମାଲ୍ୟ ମାନୟାମି ଦିନେ ଦିନେ, ବନ୍ଧୁଭିଃ ଜ୍ଞାତିଭିଃ ସାର୍ଦ୍ଧଂ ଜୀବାମ୍ୟେତେନ ସର୍ବଦା, ଇତି ବିଶ୍ବାବସୋର୍ବାଣୀଂ ଶ୍ରୁତ୍ୱା ଚ ଧରଣୀସୁରଃ ।। (ନୀଳାଦ୍ରି ମହୋଦୟ)

ବିଶ୍ବାବସୁ ବିଦ୍ୟାପତିଙ୍କୁ କହୁଛନ୍ତି, ସେ ତାଙ୍କର ବନ୍ଧୁ ଓ ଜ୍ଞାତିକୁଟୁମ୍ବଙ୍କ ମଧ୍ୟରେ ଶ୍ରୀମନ୍ଦିର ସେବା ବାଣ୍ଟିଛନ୍ତି। ସେମାନେ ନିର୍ମାଲ୍ୟ ସେବନ କରି ସର୍ବଦା କାଳାତିପାତ କରନ୍ତି।

ରାଜ୍ୟରେ ବଢ଼ିଛି ଅର୍ଥନୈତିକ ଅଭିବୃଦ୍ଧି ହାର

ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ବଢ଼ିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୮.୪ ପ୍ରତିଶତ ରହିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ୧ ପ୍ରତିଶତ ବୃଦ୍ଧି ପାଇଛି।

ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୩ ପ୍ରାର୍ଥୀ

ରାଜ୍ୟସଭାକୁ ୩ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି। ଓଡ଼ିଶାର ୩ ରାଜ୍ୟସଭା ଆସନ ପାଇଁ ଜୁଲାଇ ୫ରେ ନିର୍ବାଚନ ହେବାର ଥିଲା। ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଗତ ୨୬ରେ ପ୍ରାର୍ଥିପତ୍ର ଯାଞ୍ଚ ହୋଇଥିଲା।

ଘୋଷଯାତ୍ରା ଲାଗି ଟୋଲ ଗେଟ୍ ଫ୍ରି

ରଥଯାତ୍ରା, ବାହୁଡ଼ା, ସୁନାବେଶ ଦିନ ଟୋଲ ଗେଟ୍ ଫି ଛାଡ଼ କରାଯାଇଛି। ଏହି ୩ ଦିନ ପିପିଲି ଟୋଲ ଗେଟରେ ଟିକସ ଦେବାକୁ ପଡ଼ିବ ନାହିଁ। ଏନେଇ ଶ୍ରୀମନ୍ଦିର ପ୍ରଶାସକ ସୂଚନା ଦେଇଛନ୍ତି।

ସୋଏବଙ୍କ ଭାରତକୁ ଅନୁରୋଧ: ‘‘ତୁମେ ଜିତ ଆମେ ସେମିଫାଇନାଲକୁ ଯିବୁ’’

ଳିତ ବିଶ୍ଵକପରେ ସେମିଫାଇନାଲ ଯିବାକୁ ପାକିସ୍ତାନ ଦଳକୁ ସାହାଯ୍ୟ କରିବା ଲାଗି ଭାରତକୁ ଅପିଲ କରିଛନ୍ତି ପାକିସ୍ତାନ ପୂର୍ବତନ ଫାଷ୍ଟ ବୋଲର ସୋଏବ ଅଖତର। ତାଙ୍କ ୟୁଟୁବ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ କରି ସୋଏବ କହିଛନ୍ତି, ‘‘ଏବେ ଭାରତ ହିଁ ପାକିସ୍ତାନକୁ ସାହାଯ୍ୟ କରିବ।’’

ବଦଳିଲା ପାଗ- ସକ୍ରିୟ ହେଲା ମୌସୁମୀ

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ହୋଇଛି। ଫଳରେ ଆସନ୍ତା ୩ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଉଜମା ଅହମ୍ମଦଙ୍କ ବାୟୋପିକରେ ଆସିବେ ଶ୍ରଦ୍ଧା

ଲାସ୍ୟମୟୀ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ପାଖରେ ଏବେ ଅନେକ ପ୍ରୋଜେକ୍ଟ ରହିଛି। ଏବେ ଅଷ୍ଟ୍ରିଆରେ ଅପକମିଂ ଫିଲ୍ମ ‘ସାହୋ’ର ସୁଟିଂ କରୁଛନ୍ତି ସେ। ଏହାଛଡ଼ା ତାଙ୍କ ଅଭିନୀତ ‘ଡ୍ୟାନ୍ସର ଥ୍ରୀଡ଼ି’, ‘ଛିଛୋରୋ’ ମଧ୍ୟ ରିଲିଜ୍ ହେବାର ଅଛି। ତେବେ ଲାଟେଷ୍ଟ ରିପୋର୍ଟ ଅନୁସାରେ ଶ୍ରଦ୍ଧାଙ୍କୁ ଉଜମା ଅହମ୍ମଦଙ୍କ ବାୟୋପିକରେ ଦେଖିବାକୁ ମିଳିବ। ନିର୍ଦ୍ଦେଶକ ଶିବମ ନାୟାର ଏଥିପାଇଁ ଶ୍ରଦ୍ଧାଙ୍କୁ ସାକ୍ଷାତ କରି ଫିଲ୍ମର କାହାଣୀ ଶୁଣାଇଛନ୍ତି।

ଆଜି ମହାପ୍ରଭୁଙ୍କ ଚକାବିଜେ ନୀତି

ଶ୍ରୀଜୀଉଙ୍କର ଆଜି ଚକା ବିଜେ ନୀତି। ଦଶମୀ ତିଥିରେ ମହାପ୍ରଭୁ ଚକା ଉପରେ ବିଜେ କରିବେ। ମହାପ୍ରଭୁଙ୍କ ମଧ୍ୟାହ୍ନ ଭୋଗ ସରିବା ପରେ ମେଲଣ ଦ୍ୱାର ଫିଟିବ। ଏହାପରେ ଦଇତାପତିମାନେ ମହାପ୍ରଭୁଙ୍କ ଗୁପ୍ତ କାର୍ଯ୍ୟ କରିବେ। ଏହାସହ ରାଜବୈଦ୍ୟ ମହାପ୍ରଭୁଙ୍କ ଲାଗି ଦଶମୂଳ ମହୋଷଧି ପ୍ରସ୍ତୁତ କରି ଗାରଦ ଗୃହରେ ଜମା କରିଛନ୍ତି। ଆସନ୍ତାକାଲି ଅର୍ଥାତ୍ ଏକାଦଶୀରେ ମହାପ୍ରଭୁଙ୍କୁ ଦଶମୂଳ ମହୋଷଧି ସେବନ କରାଯିବ।

ଶ୍ରୀଲଙ୍କା ପାଇଁ କର ବା ମର ସ୍ଥିତି

ଆଇସିସି ଦିନିକିଆ ୩୫ତମ ମ୍ୟାଚରେ ଶୁକ୍ରବାର ଚେଷ୍ଟର ଲି ଷ୍ଟ୍ରିଟରେ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। ଦୁଇଦଳଙ୍କ ପାଇଁ ଚଳିତ ବିଶ୍ଵକପ ବହୁତ କଷ୍ଟଦାୟକ ରହିଛି।

ଜୁଲାଇ ପହିଲାରୁ NEFT ଓ RTGS ଉପରେ ଦେବାକୁ ପଡ଼ିବ ନାହିଁ ବ୍ୟାଙ୍କ ଚାର୍ଜ

ଅନଲାଇନ୍ ଟ୍ରାଞ୍ଜାକ୍ସନ କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏଣିକି NEFT ଓ RTGS ଉପରେ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଶୁକ୍ଳକୁ ହଟାଇଦେଇଛି। ଏନେଇ ଆରବିଆଇ ପକ୍ଷରୁ ସମସ୍ତ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଜାରି ହୋଇଛି।

Comment