ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ସାମିଙ୍କ ଘାତକ ବୋଲିଂ – ଭାରତକୁ ୩୩୮ ରନ୍‌ର ଟାର୍ଗେଟ ଦେଲା ଇଂଲଣ୍ଡ

ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ରେ ଆଜି ମୁହାଁମୁହିଁ ହୋଇଛନ୍ତି ଘରୋଇ ଇଂଲଣ୍ଡ ଏବଂ ଭାରତ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୩୩୭ ରନ୍‌ ସଂଗ୍ରହ କରିଛି। ଭାରତ ପକ୍ଷରୁ ମହମ୍ମଦ ସାମିଙ୍କ ଘାତକ ବୋଲିଂ ପ୍ରଦର୍ଶନ କରିଥିବା ବେଳେ ଇଂଲଣ୍ଡ ପକ୍ଷରୁ ବେୟାରଷ୍ଟୋଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଭାରତ ସାମ୍ନାରେ ୩୩୮ ରନ୍‌ର ବିଜୟ ଲକ୍ଷ।

ପ୍ରଥମ ପର୍ଯ୍ୟାୟରେ ଅମରନାଥ ଯାତ୍ରାରେ ବାହାରିଲେ ଶ୍ରଦ୍ଧାଳୁ

ଆଜିଠୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା। ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ କିଛି ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା କରିଛନ୍ତି। ବମ୍ ବମ୍ ଭୋଲେ ନାରା ଲଗାଇ ରବିବାର ସକାଳୁ ଜମ୍ମୁର ପହଲଗାମ ଓ ବାଲଟଲ ପାଇଁ ବହାରିଛନ୍ତି ଶ୍ରଦ୍ଧାଳୁ।

୩ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା – ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ପୋଲିସ ଡିଜି

ଆଉ ମାତ୍ର ୩ଟା ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଚଳ ଚଞ୍ଚଳ ପୁରୀ ସହର। ରଥଯାତ୍ରାକୁ  ସୁରକ୍ଷିତ ଓ ସୁପରିଚାଳନା କରିବା ପ୍ରଶାସନ ପାଇଁ ସବୁଠୁ ବଡ଼ ଚାଲେଞ୍ଜ। ଏହାକୁ ଦୃଷ୍ଟିରେ ରଖି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ପୁରୀ ଟାଉନ ହଲରେ ଉଚ୍ଚ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି ସେ।

ବିଜୟଙ୍କ ପାଇଁ ପରିସ୍ଥିତି କଷ୍ଟକର 

ଗତ କିଛି ଦିନ ମଧ୍ୟରେ ଓଡ଼ିଶାରେ ରାଜନୈତିକ ସ୍ଥିତି ସମ୍ପୂର୍ଣ୍ଣ ଭାବରେ ବଦଳିଥିଯାଇବା ବେଳେ ପାଟକୁରା ବିଧାନସଭା ଉପନିର୍ବାଚନ ଏକ ରୋଚକ ସ୍ଥିତିରେ ପହଞ୍ଚିଛି। ଅବଶ୍ୟ ଏ ପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା ହୋଇ ନାହିଁ, ତେବେ ଶାସକ ବିଜେଡି ଓ ବିଜେପିର ଭୂମିକା ଏହି ନିର୍ବାଚନରେ କ’ଣ ହେବ ସେ ନେଇ ସମସ୍ତେ ଏବେ ଅଜଣା ଚାଉଳ ଖାଉଛନ୍ତି।

ଜୁଲାଇ ୧୩ରେ ରାଷ୍ଟ୍ରୀୟ ଲୋକ ଅଦାଲତ

କୋର୍ଟରେ ଆପଣଙ୍କ କୌଣସି ମକଦ୍ଦମା ବିଚାରଧିନ ଅବସ୍ଥାରେ ଅଟକି ରହିଛି କି? କିମ୍ବା ଆପଣଙ୍କର କାହା ସହିତ କୌଣସି ବିବାଦ ରହିଛି କି? ତେବେ ଏହି ମକଦ୍ଦମା/ ବିବାଦର ଅତି ସହଜ ଏବଂ ଆପୋଷ ସହମତିରେ ସମାଧାନ ପାଇଁ ଲୋକ ଅଦାଲତଙ୍କ ସହାୟତା ନିଅନ୍ତୁ।

ପ୍ରେରଣା ଛାତ୍ରବୃତ୍ତି ପାଇଁ ଆଧାର ନମ୍ଵର ବାଧ୍ୟତାମୂଳକ

ସମସ୍ତ ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି/ ପଛୁଆ ବର୍ଗ/ସାମାଜିକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ ଓ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୨୦୧୯-୨୦ ଶିକ୍ଷା ବର୍ଷଠାରୁ ପ୍ରେରଣା ଛାତ୍ରବୃତ୍ତି ଆବେଦନ ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ରାଜ୍ୟସରକାର ମଧ୍ୟ ୨୬.୦୬.୨୦୧୯ରେ ଏସ.ଏସ.ଡି ଜାରି କରିଛନ୍ତି।

ବିଧାୟକଙ୍କୁ ହସ୍ପିଟାଲରେ ଦୁର୍ବ୍ୟବହାର : ତଦନ୍ତ ପାଇଁ ୪ ଜଣିଆ କମିଟି ଗଠିତ

ବିଜେପି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ଦୁର୍ବ୍ୟବହାର ଘଟଣାର ତଦନ୍ତ ହେବ। ଏଥିପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି ଘଟଣାର ତଦନ୍ତ ପାଇଁ ୪ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରି  ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

‘ମନ୍ କି ବାତ୍’ କାର୍ଯ୍ୟକ୍ରମ – ଜଳ ସଂରକ୍ଷଣ ପାଇଁ ଲୋକଙ୍କୁ ଆହ୍ଵାନ ଦେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଜଳ ସଂରକ୍ଷଣ ପାଇଁ ଏକ ଆନ୍ଦୋଳନ ଆରମ୍ଭ କରିବା ଓ ଦେଶର କେତେକ ଅଞ୍ଚଳରେ ଜଳ ଅଭାବ ଥିବାରୁ ଜଳର ପ୍ରତ୍ୟେକ ବୁନ୍ଦାକୁ ବଞ୍ଚାଇବାର ସଂକଳ୍ପ ନେବାକୁ ଆହ୍ଵାନ ଦେଇଛନ୍ତି। ସେ କହିଥିଲେ କି ଏଥିପାଇଁ ଏକ ସଚେତନତା ଅଭିଯାନ ଆରମ୍ଭ କରିବା ଉଚିତ। ଯେଉଁଥିରେ ଜଳ ସମସ୍ୟା ବିଷୟରେ କୁହାଯିବ ବ୍ୟତୀତ ଜଳକୁ ବଞ୍ଚାଇବାର ଉପାୟ ମଧ୍ୟ କୁହାଯିବ।

ବିଶିଷ୍ଟ ସିନେ ପ୍ରଯୋଜକ କେଶବ ରାଉତଙ୍କ ପରଲୋକ

ବିଶିଷ୍ଟ ସିନେ ପ୍ରଯୋଜକ କେଶବ ରାଉତ ଆଉ ନାହାନ୍ତି। ରବିବାର କଟକ ଶଙ୍କରପୁରସ୍ଥିତ  ବାସଭବନରେ ଦୃଦ୍‌ଘାତରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ସମୟରେ ତାଙ୍କୁ ୬୮ ବର୍ଷ ହୋଇଥିଲା।

ବଲିଉଡକୁ ବାଏ ବାଏ କହିଲେ ‘ଦଙ୍ଗଲ ଗାର୍ଲ’ ଜାୟରା ଓ୍ୱାସିମ

କାଶ୍ମୀର ଅଭିନେତ୍ରୀ ତଥା ନ୍ୟାସନାଲ ଆଓ୍ୱାର୍ଡ ବିଜୟିନୀ ଜାୟରା ଓ୍ୱାସୀମ ବଲିଉଡର ଜଣେ ଜଣାଶୁଣା ନାଁ। ହେଲେ ଏବେ ସେ ଫିଲ୍ମ ଦୁନିଆଁ ଅର୍ଥାତ ବଲିଉଡରୁ ସନ୍ନ୍ୟାସ ନେଇଛନ୍ତି। ଅଚାନକ ଅଭିନୟ ଛାଡ଼ିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ସେ ନିଜେ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି। ଜାୟରାଙ୍କ ଏଭଳି ନିଷ୍ପତ୍ତି ବଲିଉଡ ଷ୍ଟାରଙ୍କ ସମେତ ତାଙ୍କ ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏଣିକି ଫ୍ଲାଏଓଭର ତଳେ ପାର୍କିଂ କଲେ ଦେବେ ଜରିମାନା

ଏଣିକି ଫ୍ଲାଏଓଭର ବ୍ରିଜ ତଳେ ଗାଡ଼ି ପାର୍କିଂ କଲେ ଜରିମାନା ଦବାକୁ ପଡ଼ିବ। ଏଭଳି ଏକ ନିୟମ ଘୋଷଣା କରିଛି କମିଶନରେଟ ପୋଲିସ। ଏନେଇ ଟ୍ରାଫିକ ଥାନାକୁ ନିର୍ଦ୍ଦେଶ ଦେଇଛି କମିଶନରେଟ ପୋଲିସ। ଏହାକୁ ଉଲ୍ଲଘଂନ କଲେ ଗାଡ଼ି ଉପରେ ନୋଟିସ ଲଗାଯିବ।

ମାଲକାନଗିରି: ଦୁଇ ଜଣଙ୍କୁ ଘରୁ ଉଠାଇ ନେଲେ ମାଓବାଦୀ

ମାଲକାନଗିରିରେ ମାତିଛନ୍ତି ମାଓବାଦୀ। ପୋଲିସ ଇନଫରମର ସନ୍ଦେହରେ ଦୁଇ ଜଣଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଦୁଇ ଅପହୃତ ହେଲେ କୁକୁରଗଣ୍ଡ ଗାଁର କୋବାସି ଓ ଉଙ୍ଗା କାଲାମାଳି। ସୂଚନା ମୁତାବକ, ଶୁକ୍ରବାର ରାତିରେ ଏକାଧିକ ମାଓବାଦୀ ଦୁଇ ଜଣଙ୍କୁ ଡାକି ନେଇଥିଲେ। ଏହାପରେ ସେ ଦୁଇ ଜଣଙ୍କୁ ଛାଡ଼ି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।

ଇତିହାସରେ ପ୍ରଥମଥର – ପାକିସ୍ତାନ କହୁଛି ‘ଭାରତ ଜିତୁ’

ଆଇସିସି ବିଶ୍ୱକପ ମହାସମରରେ ସୁପର ସଣ୍ଡେ’ରେ ଦେଖିବାକୁ ମିଳିବ ସୁପର ଫାଇଟ୍‌। ଲଣ୍ଡନର ବର୍ମିଂହାମ୍‌ରେ ଦିନ ୩ଟାବେଳେ ମୁହାଁମୁହିଁ ହେବେ ଘରୋଇ ଇଂଲଣ୍ଡ ଏବଂ ଟିମ୍‌ ଇଣ୍ଡିଆ। ଏହି ହାଇଭୋଲ୍ଟେଜ ମ୍ୟାଚ୍‌ରେ ଭାରତ କମଳା ରଙ୍ଗ(ଅରେଞ୍ଜ) ଜର୍ସିରେ ପଡ଼ିଆକୁ ଓହ୍ଲାଇବ।

ସୁସ୍ଥ ହେଲେ ମହାପ୍ରଭୁ – ଆଜି ଗଜପତି ରାଜାଙ୍କୁ ଦିଆଯିବ ଖବର

ଗତକାଲି ବିଳମ୍ବିତି ରାତିରେ ଜ୍ୱରରେ ପିଡ଼ୀତ ମହାପ୍ରଭୁଙ୍କୁ ଲାଗି ହୋଇଛି ଦଶମୂଳ ମୋଦକ। ଏହାକୁ ସେବନ କରିବା ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି।  ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ସୁସ୍ଥ ଖବର ଗଜପତି ମହାରାଜାଙ୍କୁ ଦିଆଯିବ। ମହାରାଜାଙ୍କୁ ଏହି ଖବର ଦେବେ ଦଇତାପତି ସେବାୟତ। ଏଥିସହ ଆଜି ମହାପ୍ରସାଦ ବିଜେ କରିବେ ମହାପ୍ରଭୁ।

ଓଡ଼ିଆ ପୁଅ ହେଲେ ବିଶ୍ଵ ଶୁଳ୍କ ସଂଗଠନର ନିର୍ଦ୍ଦେଶକ

ଓଡ଼ିଆ ଆଇଆରଏସ ଅଧିକାରୀ ଓ ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସ ଓ କଷ୍ଟମ୍ସ(ସିବିଆଇସି) ଅଧ୍ୟକ୍ଷ ପ୍ରଣବ କୁମାର ଦାସଙ୍କୁ ବିଶ୍ଵ ସୀମା ଶୁଳ୍କ ସଂଗଠନ(ଡବ୍ଲୁସିଓ)ର ନିର୍ଦ୍ଦେଶକ ଭାବେ ଚୟନ କରାଯାଇଛି। ସିବିଆଇସି ଟ୍ଵିଟ୍ କରି କହିଛି ଯେ,”ପ୍ରଣବ ଦାସ ସିବିଆଇସିର ଅଧ୍ୟକ୍ଷ ଯିଏକି ୫ ବର୍ଷ ପାଇଁ ଡବ୍ଲୁସିଓର ନିର୍ବାଚନ ଜିତିଛନ୍ତି। ସେ ଲଣ୍ଡନର ପ୍ରାର୍ଥୀ ବିରୁଦ୍ଧରେ ୧୦୮ ଭୋଟ ପାଇଛନ୍ତି।“

୪୮ ଘଣ୍ଟାରେ ପ୍ରବଳ ବର୍ଷା, ୧୫ ଜିଲ୍ଲାକୁ ସତର୍କ ସୂଚନା

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ପୂର୍ବନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୪୮ ଘଣ୍ଟା ମଧ୍ୟରେ ଅବପାତ ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ମୌସୁମୀ ସକ୍ରିୟ ହେବ। ଫଳରେ ୧୫ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ।

Comment