ଓଡ଼ିଶାଲାଇଭ୍‌ ବିଜନେସ୍ ବ୍ୟୁରୋ

ଅନଲାଇନ୍ ଟ୍ରାଞ୍ଜାକ୍ସନ କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏଣିକି NEFT ଓ RTGS ଉପରେ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଏହି ଶୁକ୍ଳକୁ ହଟାଇଦେଇଛି। ଏନେଇ ଆରବିଆଇ ପକ୍ଷରୁ ସମସ୍ତ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଜାରି ହୋଇଛି।

ଏଣିକି ବିନା କୌଣସି ଚାର୍ଜରେ ଫ୍ରି’ରେ NEFT ଓ RTGSରେ ଟ୍ରାଞ୍ଜାକ୍ସନ ହେବ। ତେବେ ଜୁଲାଇ ପହିଲା ଅର୍ଥାତ୍ ଆଜିଠୁ ଏହି ବ୍ୟବସ୍ଥା ଲାଗୁ ହେବ। ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନର ବ୍ୟବହାରକୁ ବଢ଼ାଇବା ପାଇଁ ଆର୍‌ବିଆ ଏହି ପଦକ୍ଷେପ ଗ୍ରହଣ କରିଛି।

ବଡ଼ ବଡ଼ ଟ୍ରାଞ୍ଜାକ୍ସନ ପାଇଁ ଫଣ୍ଡ ଟ୍ରାନ୍ସଫର RTGS ମାଧ୍ୟମରେ କରାଯାଇଥାଏ। RTGS ୨ରୁ ୫ ଲକ୍ଷ ଟଙ୍କା ପଠାଇଲେ ୨୫ ଟଙ୍କା ଶୁଳ୍କ ଦେବାକୁ ପଡ଼ୁଛି। ସେହିପରି ୫ ଲକ୍ଷରୁ ୧୦ ଲକ୍ଷ ଟ୍ରାଞ୍ଜାକ୍ସନରେ ଶୁଳ୍କ ବାବଦରେ ୫୦ ଟଙ୍କା ଦେବାକୁ ପଡ଼ୁଛି। ଏଣିକି ଏଥିରେ ଆଉ କୌଣସି ବ୍ୟାଙ୍କ ଚାର୍ଜ ଦେବାକୁ ପଡ଼ିବନି।

NEFT ଜରିଆରେ ଅନ୍‌ଲାଇନ୍‌ରେ ଗୋଟଏ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ସୁରକ୍ଷିତ ଭାବେ ଟଙ୍କା ପଠାଯାଇପାରିବ। ବର୍ତ୍ତମାନ NEFT ଟ୍ରାଞ୍ଜାକ୍ସନରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ପଠାଇଲେ ୨ଟଙ୍କା ୫୦ ପଇସା ଶୁଳ୍କ ଦେବାକୁ ପଡ଼ୁଥିଲା। ୧୦ ହଜାରରୁ ୧ ଲକ୍ଷରେ ୫ଟଙ୍କା, ୧ରୁ ୨ ଲକ୍ଷରେ ୧୫ ଟଙ୍କା, ୨ଲକ୍ଷରୁ ୫ ଲକ୍ଷରେ ୨୫ଟଙ୍କା ଏବଂ ୫ ଲକ୍ଷରୁ ୧୦ ଲକ୍ଷର ଟ୍ରାଞ୍ଜାକ୍ସନ କଲେ ୫୦ଟଙ୍କା ଶୁଳ୍କ ଦେବାକୁ ପଡ଼ୁଥିଲା। ହେଲେ ଆରବିଆଇ ନିର୍ଦ୍ଦେଶ ଆଜିଠୁ ଏହା ଉପରେ କୌଣସି ଚାର୍ଜ ଦେବାକୁ ପଡ଼ିବନି।

ଅନ୍ୟପଟେ ଏଟିଏମ୍‌ ଟ୍ରାଞ୍ଜାକ୍ସନ ଶୁଳ୍କକୁ ନେଇ ମଧ୍ୟ ବଡ଼ ଧରଣର ନିଷ୍ପତ୍ତି ନିଆଯିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି। ତେବେ ଆଗାମୀ ଦିନରେ ଏଟିଏମ୍‌ ଟ୍ରାଞ୍ଜାକ୍ସନରେ ମଧ୍ୟ କୌଣସି ଶୁଳ୍କକୁ ହଟାଇଦିଆଯିବ ବୋଲି ଚର୍ଚ୍ଚା ହେଉଛି।

Comment