ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ସୋମବାର ପୁଣି ଥରେ ଦଳର ବରିଷ୍ଠ ନେତା ଓ କଂଗ୍ରେସ ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ପଷ୍ଟ ଶୁଣାଇଛନ୍ତି ଯେ ତାଙ୍କର ଇସ୍ତଫା ପତ୍ର ଫେରସ୍ତ ନେବାର ପ୍ରଶ୍ନ ଉଠୁନାହିଁ। ଏହି ପରିସ୍ଥିତିରେ ଦଳର ବରିଷ୍ଠ ନେତା ସୁଶୀଲ କୁମାର ସିନ୍ଧେ ରାହୁଲଙ୍କ ସ୍ଥାନରେ କଂଗ୍ରେସ ସଭାପତି ହୋଇପାରନ୍ତି ବୋଲି ଖବର ଆସୁଛି। ସିନ୍ଧେଙ୍କ ପଛରେ ଗାନ୍ଧି ପରିବାରର ସମର୍ଥନ ଥିବା କଥା ମଧ୍ୟ ଜଣାପଡ଼ିଛି। ଏକେ ଆଣ୍ଠୋନିଙ୍କୁ ସଭାପତି ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଏଥିରେ ରାଜି ହୋଇ ନ ଥିଲେ।

ରାହୁଲଙ୍କ ଉତ୍ତରାଧିକାରୀ ଭାବରେ ସିନ୍ଧେଙ୍କ ବ୍ୟତୀତ ଗୁଲାମ ନବୀ ଆଜାଦ, ଅଶୋକ ଗେହ୍ଲଟ, ମଲ୍ଲିକାଅର୍ଜୁନ ଖାର୍ଗେ, ଜନାର୍ଦନ ଦ୍ୱିବେଦୀଙ୍କ ନାମ ବି ଚର୍ଚ୍ଚାରେ ଥିଲା। କିନ୍ତୁ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ମହାରାଷ୍ଟ୍ରର ଦଳିତ ନେତା ସିନ୍ଧେଙ୍କ ନାମରେ ମୋହର ବସାଇଛନ୍ତି।

ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଗତ କିଛି ଦିନ ଧରି ସେ ଦେଇଥିବା ଇସ୍ତଫା ପତ୍ର ଫେରାଇ ନେବାକୁ ରାହୁଲଙ୍କ ଉପରେ ଦଳର ନେତାମାନେ ଚାପ ପ୍ରୟୋଗ କରି ଆସୁଥଲେ ଓ  ନିଜେ ବି ବେଶ୍ କିଛି ନେତା ଇସ୍ତଫା ଦେଇଥିଲେ। ତେବେ ରାହୁଲ ନିଜ ଜିଦରେ ଅଟଳ ରହିବାରୁ ବିକଳ୍ପ ନେତୃତ୍ୱ କଥା ଚିନ୍ତା ଚାଲିଥିଲା। ଆଗାମୀ କିଛି ସପ୍ତାହ ମଧ୍ୟରେ ସିନ୍ଧେ କଂଗ୍ରେସର ପରବର୍ତ୍ତୀ ମୁଖ୍ୟ ହେବା ପ୍ରକ୍ରିୟା ଶେଷ ହେବା ଆଶା କରାଯାଉଛି।

Comment