ଓଡ଼ିଶାଲାଇଭ ବ୍ୟୁରୋ

ଢ଼େଙ୍କାନାଳରେ ସୋମବାର ଜନ୍ମ ନେଇଥିବା ଯୋଡ଼ା ଶିଶୁ ଚିକିତ୍ସା ଲାଗି କଟକ ଶିଶୁଭବନରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଚିକିତ୍ସା ଲାଗି ଏକ ସ୍ୱତନ୍ତ୍ର ୭ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି।  ଏହି ଟିମ୍‌ରେ ଅଛନ୍ତି ପେଡିଆଟ୍ରିକ୍ ସର୍ଜନ୍, ପେଡିଆଟ୍ରିକ୍ ମେଡିସିନ୍, ନ୍ୟୁ ବର୍ଣ୍ଣ ୟୁନିଟ୍, ଆଇସିୟୁ ୟୁନିଟର ଡାକ୍ତର।

ବର୍ତ୍ତମାନ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥାର ପରୀକ୍ଷା ଚାଳିଛି। ପରୀକ୍ଷା ପରେ ଶିଶୁଙ୍କ ଚିକିତ୍ସା ଆରମ୍ଭ ହେବ।

ସୋମବାର ଢେଙ୍କାନାଳ ପରଜଙ୍ଗ ବ୍ଲକ ଅନ୍ତର୍ଗତ ଖାଲପାଳ ଗ୍ରାମର ପ୍ରଦୀପ କୁମାର ବେହେରାଙ୍କ ସ୍ତ୍ରୀ ରେଣୁବାଳା ବେହେରା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଯୋଡ଼ା ଶରୀର ଶିଶୁଙ୍କୁ ଜନ୍ମ ଦେଇଥିଲେ। ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଦୁଇ ଶିଶୁ କନ୍ୟାଙ୍କ ଶରୀର ଛାତିରୁ ପେଟ ଯାଏଁ ଯୋଡ଼ି ରହିବା ସହ ସେମାନଙ୍କର ଗୋଟିଏ ହୃତପିଣ୍ଡ ରହିଛି।

Comment