ଓଡ଼ିଶାଲାଇଭ୍ ବ୍ୟୁରୋ

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଆଜି ପ୍ରଥମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରାଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରୁଛନ୍ତି।

ଏହି ବଜେଟରେ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଖୁସି ଖବର ଦେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ କରମ ଯୋଗୀ ମନ ଧନ ଯେୋଜନାରେ ୩ କୋଟି କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରତି ମାସରେ ପେନ୍‌ସନ୍‌ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହାସହ ସବୁ କ୍ଷୁଦ୍ର ବ୍ୟବସାୟୀଙ୍କୁ ସହଜରେ କେମିତି ୠଣ ମିଳି ପାରିବ ସେନେଇ ମଧ୍ୟ ଫୋକସ୍ କରିଛନ୍ତି କେନ୍ଦ୍ର ସରକାର।

ମାସକୁ ୧୫ ହଜାର ଟଙ୍କାରୁ କମ୍ ରୋଜଗାର କରୁଥିବା ଦୋକାନୀଙ୍କୁ ଏହି ସୁବିଧା ମିଳି ପାରିବ। ଏହାସହ ଯେଉଁମାନେ ଏହି ସୁବିଧା ପାଇବେ ସେମାନଙ୍କ ବୟସ ୧୮ରୁ ୪୦ ବର୍ଷ ହୋଇଥିବ।

ଏଥିପାଇଁ ସାରା ଦେଶରେ ୩ ଲକ୍ଷ ୨୫ ହଜାର କମନ୍ ସର୍ଭିସ୍ ସେଣ୍ଟର ଖୋଲାଯାଇଛି। ଯେଉଁ କ୍ଷୁଦ୍ର ବ୍ୟବସାୟୀମାନେ ଏହି ସୁବିଧା ପାଇବା ପାଇଁ ଇଛୁକ ସେମାନେ ଏହି ସେଣ୍ଟରରେ ପ୍ରଥମେ ନାଁ ପଞ୍ଜିକୃତ କରିବାକୁ ପଡ଼ିବ।

Comment