ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

ବିଜେଡି-ବିଜେପି ‘ବନ୍ଧୁତ୍ୱ’ର ନୂଆ ନଜିର

ଶାସକ ବିଜୁ ଜନତା ଦଳ ଓ ବିଜେପି ମଧ୍ୟରେ ଦିନକୁ ଦିନ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଛି। ଉଭୟ ଦଳ ସରକାର ଗଠନ ପରଠାରୁ ଏତେ ମାତ୍ରାରେ ପରସ୍ପର ଆଡ଼କୁ ଢଳିବାରେ ଲାଗିଛନ୍ତି ଯେ ତାହାର ଟେର ପାଇବା ବି କଷ୍ଟକର ହୋଇ ପଡୁଛି। ବିଗତ ଦୁଇ ମାସ ଭିତରେ ବିଜେଡି ଓ ବିଜେପି ଉଭୟେ ଉଭୟଙ୍କର ଆବଶ୍ୟକତାକୁ କେବଳ ଅନୁଭବ କରିଛନ୍ତି ତାହା ନୁହେଁ, ସେ ଦିଗରେ କାମ ମଧ୍ୟ କରିବାକୁ ପଛାଉନାହାନ୍ତି।

ବିଶ୍ଵକପ ପରେ ଦିନିକିଆ କ୍ରିକେଟରୁ ସନ୍ୟାସ ନେଲେ ସୋଏବ ମଲ୍ଲିକ

ପାକିସ୍ତାନର ଭେଟରାନ କ୍ରିକେଟର ସୋଏବ ମଲ୍ଲିକ ଶୁକ୍ରବାର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଚଳିତ ବିଶ୍ଵକପର ବାଂଲାଦେଶ ବିପକ୍ଷରେ ଶେଷ ଲିଗ ମ୍ୟାଚ ପରେ ଏହି ଘୋଷଣା କରିଛନ୍ତି।

ଜନ୍ମଦିନରେ ‘୮୩’ର ପ୍ରଥମ ଲୁକ୍ ସେୟାର କଲେ ରଣବୀର

ବଲିଉଡ ଅଭନେତା ରଣବୀର ସିଂହଙ୍କର ଆଜି ଜନ୍ମଦିନ। ଏ ବର୍ଷ ରଣବୀର ତାଙ୍କ ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ରଣବୀର ତାଙ୍କ ଆଗାମୀ ଫିଲ୍ମ ‘୮୩’ର  ପ୍ରଥମ ଲୁକ ସେୟାର କରିଛନ୍ତି। ଏଥିରେ ସେ ବିଲକୁଲ କପିଲ ଦେବଙ୍କ ଭଳି ଦିଶୁଛନ୍ତି।

ଶ୍ରୀଲଙ୍କା ବିପକ୍ଷରେ ଶେଷ ଲିଗ୍ ମ୍ୟାଚ ଖେଳିବ ଭାରତ

ଆଇସିସି ବିଶ୍ଵକପର ୪୪ତମ ମ୍ୟାଚ ଲିଡ୍ସରେ ଭାରତ – ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳାଯିବ। ଚଳିତ ବିଶ୍ଵକପରେ ଶ୍ରୀଲଙ୍କା ବିଶ୍ଵକପ ସେମିଫାଇନାଲରୁ ବାଦ ପଡ଼ିଥିବା ବେଳେ ଭାରତର ସେମିଫାଇନାଲରେ ନିଜ ସ୍ଥିତି ବଜାୟ ରଖିଛି। ତେବେ ଏହି ମ୍ୟାଚ ଭାରତକୁ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚାଇବାକୁ ସାହାଯ୍ୟ କରିବ।

ବାପା ସହ ବଚସା, ରୋଗିଣା ମା’କୁ କିରୋସିନି ଢ଼ାଳି ଜିଅନ୍ତା ଜାଳି ଦେଲା ପୁଅ

ବାପା ମା’ଙ୍କର ଇଚ୍ଛା ଥାଏ ଯେ ମୃତ୍ୟୁ ପରେ ତାଙ୍କ ପୁଅ ତାଙ୍କୁ ମୁଖାଗ୍ନି ଦେଉ। ଏହା ଆମ ସମାଜର ମଧ୍ୟ ଏକ ପରମ୍ପରା। ହେଲେ ଏବେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳୁଛି। ଏଠି ପୁଅ ମା’କୁ ଜିଅନ୍ତା ଜାଳି ଦେଉଛି।

ଗୁଇନ୍ଦା ବିଭାଗ ଜାରି କଲା ହାଇଆଲର୍ଟ, ପୁଣି ପୁଲଓ୍ୱାମାରେ ହୋଇପାରେ ଆକ୍ରମଣ

ପୁଣିଥରେ ରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଆତଙ୍କବାଦୀ। ଏଥର ବି ପୁଲଓ୍ୱାମା ହାଇଓ୍ୱେରେ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀ ଟାର୍ଗେଟ କରି ପାରନ୍ତି। ଏନେଇ ଗୁଇନ୍ଦା ବିଭାଗ ଆଲର୍ଟ ଜାରି କରିଛି।

ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ୍

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ୍। ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟ ସରୋଜଙ୍କ ଜାମିନ୍ ଆବେଦନକୁ ମଞ୍ଜୁରି କରିଛନ୍ତି। ୨ଜଣ ଜାମିନଦାର ଏବଂ ୨୫ ହଜାର ଟଙ୍କା ବଦଳରେ ତାଙ୍କୁ ଜାମିନ୍ ମିଳିଛି। ଏହାସହ ତଦନ୍ତରେ ସହଯୋଗ କରିବା ପାଇଁ କୋର୍ଟ ପାଟଣାଗଡ଼ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଅତିଥି ଅଧ୍ୟାପକ ପାଇଁ ବିଜ୍ଞପ୍ତି  

ରେଭେନ୍ସା ବିଶ୍ଵବିଦ୍ୟାଳୟର ବଭିନ୍ନ ବିଭାଗରେ ଅତିଥି ଅଧ୍ୟାପକ ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ସାଷାତକାର କରାଯିବ। ଅଧିକ ଜାଣିବା ପାଇଁ www.ravenshawunivesity.ac.in ଯାଆନ୍ତୁ।

ଏମ୍‌ବିବିଏସ୍‌-ବିଡିଏସ୍‌ରେ ଆଜିଠୁ ନାମଲେଖା

ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ହୋଇଛି। ଚଳିତବର୍ଷ କୋଟାରେ ୧୨୧୮ ସିଟ୍ ପାଇଁ ନାମଲେଖା ହେବ। ପ୍ରଥମ ପର୍ଯ୍ୟାୟରେ ୧୧୬୪ ସିଟ୍ ପାଇଁ ଆଲଟମେଣ୍ଟ ହୋଇଛି।

୨ ଦିନ ବଢ଼ିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା

ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ଦୁଇ ଦିନ ବୃଦ୍ଧି ପାଇଛି। ତାରିଖ ବୃଦ୍ଧି ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ନାମଲେଖା ପାଇଁ ଜୁଲାଇ ୩ରୁ ଜୁଲାଇ ୬ ପର୍ଯ୍ୟନ୍ତ ତାରିଖ ନିର୍ଦ୍ଧାରଣ ହୋଇଥିଲା।

ଆଗାମୀ ୨୪ ଘଣ୍ଟା ଯାଏଁ ବର୍ଷିବ

ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଲାଗି ରହିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଗାମୀ ୨୪ ଘଣ୍ଟା ବର୍ଷା ଜାରି ରହିବ।

ଉଠୁଛି ପଡ଼ୁଛି ଗୁଣ୍ଡିଚା ମନ୍ଦିର, ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ଭାଇ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିର ବିଜେ କରିଛନ୍ତି କାଳିଆ ଠାକୁର। ନଅଦିନ ବ୍ୟାପି ରତ୍ନ ସିଂହାସନ ଛାଡ଼ି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ବୁଲିବାକୁ ଆସିଛନ୍ତି କାଳିଆ ସାଆନ୍ତ। ଏଥିପାଇଁ ଲୋକାରଣ୍ୟ ହୋଇପଡ଼ିଛି ଗୁଣ୍ଡିଚା ମନ୍ଦିର।

Comment