ଓଡ଼ିଶାଲାଇଭ ବ୍ୟୁରୋ

ନୟାଗଡ଼ ଜିଲ୍ଲାରେ ଏକ ଦ୍ଵିତୀୟ ଶ୍ରେଣୀର ଛାତ୍ରୀକୁ ଅପହରଣର ପ୍ରାୟ ୧୩ଦିନ ପରେ ପୋଲିସ ଉଦ୍ଧାର କରିଛି। ନାବାଳିକାକୁ ଉଦ୍ଧାର କରିବାକୁ ନୟାଗଡ଼ ପୋଲିସ ରାଜ୍ୟ ଓ ରାଜ୍ୟ ବାହାରେ ଖୋଜା ଖୋଜି ଆରମ୍ଭ କରିଥିଲେ। ମାତ୍ର ଶୁକ୍ରବାର ପୋଲିସ ଭୁବନେଶ୍ଵର କ୍ୟାପିଟାଲ ହସପିଟାଲ ନିକଟରୁ ନାବାଳିକାକୁ ଉଦ୍ଧାର କରିଥିବା ବେଳେ ଅପହରଣକାରୀକୁ ଗିରଫ କରିଛି। ଗିରଫ ଯୁବକ ନାଁ ଶଙ୍କର ଭୋଇ। ସେ ଜଣେ ଦିବ୍ୟାଙ୍ଗ ବୋଲି ଜଣା ପଡ଼ିଛି।

ଜୁଲାଇ ୬ ତାରିଖରେ ଚାନ୍ଦପୁର ଥାନା ଗୋପବନ୍ଧୁ ନଗରର ରାଜେଶ ଚୌଧୁରୀଙ୍କ ଝିଅ ମିତାଲି ସମ୍ପର୍କୀୟ ଭାଇ ରୋହିତ ସହ ସ୍ଥାନୀୟ ଅଞ୍ଚଳରେ ଖେଳୁଥିଲେ। ରୋହିତ କୌଣସି କାରଣରୁ ଟିକେ ଦୂରକୁ ଯାଇଥିବା ବେଳେ ଶଙ୍କର ସେଠାରେ ପହଞ୍ଚି ମିତାଲିକୁ ଅପହରଣ କରିନେଇଥିଲା। ପରେ ପରିବାର ପକ୍ଷରୁ ଚାନ୍ଦପୁର ତାନାରେ ଏନେଇ ଏକ ଏତଲା ଦିଆଯାଇଥିଲା।

ଗିରଫ ହୋଇଥିବା ଦିବ୍ୟାଙ୍ଗ ଯୁବକ ଶଙ୍କର ଭୋଇ ନାଁ’ରେ ପୂର୍ବରୁ ମଧ୍ୟ ଅନେକ ଥାନାରେ ଅପହରଣ ମାମଲା ରହିଛି। ସେ ଛୋଟ ପିଲାଙ୍କୁ ଅପହରଣ କରି ବିଭିନ୍ନ ଜନଗହଳି ସ୍ଥାନରେ ଭିକ ମାଗିବାକୁ ପଠାଉଥିଲା।

Comment