ଓଡ଼ିଶାଲାଇଭ ବ୍ୟୁରୋ

ଅନୁଗୁଳରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ଅନୁଗୁଳ ଏସପି ଓ ଫରେନସିକ ଟିମ।

ଆଜି ସକାଳେ ଅନୁଗୁଳ ବସଷ୍ଟାଣ୍ଡରୁ ଆହରକେନ୍ଦ୍ର ନିକଟରୁ ମୁର୍ମୂଷୁ ଅବସ୍ଥାରେ ଜଣେ ୮ ବର୍ଷର ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ଏହି ନାବାଳିକାଙ୍କୁ କେହି ଦୁଷ୍କର୍ମ କରିବା ପରେ ଅଳିଆଗଦାରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା।

ମହାରାଷ୍ଟ୍ରରୁ ଏକ ଯାଯାବର ପରିବାର ଅନୁଗୁଳ ସହରରେ କାମ କରିବା ପାଇଁ ଆସି ଏଠାରେ ରହୁଥିଲେ। ଶନିବାର ରାତିରେ ବସଷ୍ଟାଣ୍ଡରେ ଏକ ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ଦୁର୍ବୃତ୍ତ ନାବାଳିକାକୁ ଟେକି ନେଇଥିଲେ।

ସକାଳେ ପରିବାର ଲୋକ ଖୋଜାଖୋଜି କରି ଅଳିଆଗଦାରୁ ନାବାଳିକାକୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥଲା।

Comment