ଓଡ଼ିଶାଲାଇଭ ବ୍ୟୁରୋ

ଆଜିକାଲି ଅଧିକାଂଶ ଲୋକ ଅନଲାଇନ ଠକେଇର ଶିକାର ହେଉଛନ୍ତି। ସୋସିଆଲ ମିଡିଆରେ ସାମନ୍ୟତମ ଅସାବଧାନତା ଆପଣଙ୍କୁ ଅସୁବିଧାରେ ପକାଇପାରେ। ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ କିଛି ଟିପ୍ସ ଆପଣେଇ ପାରିବେ।

 ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିବ ସମୟରେସେହି ଓ୍ୱେବସାଇଟ ପ୍ରାଇଭେଟ ପଲିସିକୁ ଭଲ ଭାବରେ ପଢନ୍ତୁ। ଏଥିସହ ଥାର୍ଡ ପାର୍ଟି ଆପଲିକେସନକୁ ବି ଧ୍ୟାନ ଦିଅନ୍ତୁ।

ସୋସିଆଲ ମିଡିଆ ଆକଉଣ୍ଟରେ ଅତି ଗୋପନୀୟ ତଥ୍ୟ ଦିଅନ୍ତୁ ନାହିଁ। ଏଥିସହ ଏଥିରେ ସାଙ୍ଗ ଚୟନ କରିବାରେ ବି ସାବଧନତା ଅବଲମ୍ବନ କରନ୍ତୁ। ସାଙ୍ଗ ଚୟନ କରିବା ପୂର୍ବରୁ ଭଲ ଭାବରେ ଆକଉଣ୍ଟ ଯାଞ୍ଚ କରନ୍ତୁ।

ଗୋଟିଏ ନାମରେ ଅନେକ ଆକାଉଣ୍ଟ ଖୋଲନ୍ତୁ ନାହିଁ।ସୋସିଆଲ ମିଡିଆରେ ଆସିଥିବା ଭିଡିଓ, ଫଟୋକୁ ଆଖି ବୁଜି ବିଶ୍ୱାସ କରନ୍ତୁ ନାହିଁ। ସୋସିଆଲ ମିଡିଆରେ ଆସିଥିବା ସମସ୍ତ ଲିଙ୍କ ଭଲ ଭାବେ ଯାଞ୍ଚ କରନ୍ତୁ।

ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ପୋଷ୍ଟ ବା ସେୟାରିଂ କରନ୍ତୁ ନାହିଁ। ଏହା ଅପରାଧ।

ଅଜଣା ମେଲ ଡାଉନଲୋଡ କରନ୍ତୁ ନାହିଁ। ଏଥିରେ ଭାଇରସ ଥାଏ। ଆପଣଙ୍କ ତଥ୍ୟ ଚୋରି ହୋଇପାରେ। ଆକାଉଣ୍ଟ ବ୍ୟବହାର କରିବା ପରେ ପ୍ରତି ଥର ଲଗ୍ ଆଉଟ କରିବାକୁ ଭୁଲନ୍ତୁ ନାହିଁ।

ମାଗଣା ଓ୍ୱାଇ ଫାଇରେ ଆଦୌ ଯୋଡ଼ି ହୁଅନ୍ତୁ ନାହିଁ। ଏଥିରେ ବ୍ୟାଙ୍କ ସମ୍ବନ୍ଧୀୟ କାମ କରନ୍ତୁ ନାହିଁ।

Comment