ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ସପ୍ତମ ରାଉଣ୍ତ ଗଣତି ସରିଛି। ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ୧୧ ହଜାର ୭୯୧ ଭୋଟ୍‌ରେ ଆଗୁଆ ଅଛି।

ସାବିତ୍ରୀଙ୍କୁ ୪୨,୦୩୭ ଭୋଟ ମିଳିଥିବା ବେଳେ ବିଜୟଙ୍କୁ ୩୦,୨୪୬ ଭୋଟ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ମାତ୍ର ୧୧୦୭ ଭୋଟ ମିଳିଛି।

ପ୍ରଥମ ରାଉଣ୍ଡରୁ ଆରମ୍ଭ କରି ସପ୍ତମ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ଲଗାତାର ବାଜି ମାରି ନେଇଛି।

ପାଟକୁରାରେ କିଏ ମାରିବ ବାଜି? ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। ବିଜେଡି, ବିଜେପି ନା କଂଗ୍ରେସ ଉପରେ ପାଟକୁରାବାସୀ ଭରସା କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

କେନ୍ଦ୍ରାପଡ଼ା ସ୍ୱଂୟ ଶାସିତ କଲେଜରେ ଭୋଟ୍‌ ଗଣତି ଚାଲିଛି। ମୋଟ ୧୮ ରାଉଣ୍ଡରେ ଭୋଟ ଗଣତି କରାଯିବ।

ପ୍ରଥମେ ଡେରାବିଶ ବ୍ଲକର ଭୋଟ ଗଣତି କରାଯିବା ପରେ ଗରଦପୁର ଓ ମାର୍ଶାଘାଇ ବ୍ଲକର ଭୋଟ ଗଣନା କରାଯିବାକୁ ବ୍ୟବସ୍ଥା ରହିଛି। ଭୋଟ ଗଣନା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ।

Comment