ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭାରେ ଗୁରୁବାର ଦିନ ପାସ୍‌ ହୋଇଛି ତିନି ତଲାକ୍ ବିଲ୍‌। ବିଲ୍ ଉପରେ ଦିନ ସାରା ଆଲୋଚନା ହୋଇଥିଲା। କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଜେଡିୟୁର ବିରୋଧ ସତ୍ତ୍ୱେ ଏହି ବିଲ୍ ଲୋକସଭାରେ ପାସ୍ ହୋଇଛି। ବିଲ୍ ସପକ୍ଷରେ ୩୦୩ ସାଂସଦଙ୍କ ସମର୍ଥନ ରହିଥିବା ବେଳେ ବିପକ୍ଷରେ ୮୨ଟି ଭୋଟ ପଡ଼ିଥିଲା।

ଗତ ଫେବ୍ରୁଆରି ମାସରେ ଲୋକସଭାରେ ତିନି ତଲାକ୍ ବିଲ୍ ପାସ୍ ହୋଇଥିଲା। କିନ୍ତୁ ରାଜ୍ୟସଭାରେ ଏହି ବିଲ୍ ପାସ୍ ହୋଇପାରି ନଥିଲା। ପରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହୋଇଛି। ନିୟମ ଅନୁସାରେ ନୂଆ ସରକାର ଗଠନ ହେବା ପରେ ରାଜ୍ୟସଭାକୁ ଯିବା ପୂର୍ବରୁ ବିଲ୍‌କୁ ପୁଣିଥରେ ଲୋକସଭାରେ ପାସ୍ କରାଇବାକୁ ପଡ଼ିବ। ଏହି କ୍ରମରେ ଗୁରୁବାର ଲୋକସଭାରେ ତିନି ତଲାକ ବିଲ୍ ପାସ୍ ହୋଇଛି।

Comment