ଓଡ଼ିଶାଲାଇଭ ବ୍ୟୁରୋ

ଶୁକ୍ରବାର ପରଦାକୁ ଆସିଥିବା ବଲିଉଡ୍ ଚଳଚିତ୍ର ‘ଜଜମେଣ୍ଟାଲ ହୈ କ୍ୟା’ରେ ଓଡ଼ିଆ ଅଭିନେତାଙ୍କୁ ଦେଖିବାକୁ ମିଳିଛି। ଯୁବକ ଜଣକ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ରାଧାରାଣୀ ପଡ଼ାର ଦେବତୋଷ ଦର୍ଜୀ। ଏଥିରେ ସେ ‘ହନୁମାନ’ ଓ ମେଣ୍ଟାଲ ହସପିଟାଲର ‘ଓ୍ଵାର୍ଡବୟ’ ଭୂମିକାରେ ନଜର ଆସିଛନ୍ତି।

ଦେବତୋଷ ୧୧ ବର୍ଷ ଧରି ମୁମ୍ଵାଇର ପୃଥିବୀ ଥିଏଟରରେ ମଞ୍ଚ କଳାକାର ଭାବେ କାମ କରୁଛନ୍ତି। ୨୦୧୪ରେ ‘ସୁପର ସେ ଉପର’ ବଲିଉଡ ଫିଲ୍ମରେ ଏକ ଛୋଟ ଭୂମିକାରେ ପ୍ରଥମ ଥର ଅଭିନୟ କରିବାର ସୁଯୋଗ ପାଇଥିଲେ। ‘ଜଜମେଣ୍ଟାଲ ହୈ କ୍ୟା’ ତାଙ୍କର ଦ୍ଵିତୀୟ ବଲିଉଡ ଫିଲ୍ମ।

ଦେବତୋଷ ହେଉଛନ୍ତି ନବକିଶୋର ଦର୍ଜୀ ଓ ପଦ୍ମାଳୟା ଦର୍ଜୀଙ୍କ ପୁଅ। ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇ ମୁମ୍ଵାଇରେ ସଂଘର୍ଷ କରି ବଲିଉଡ ଫିଲ୍ମରେ ସ୍ଥାନ ପାଇଛନ୍ତି।

‘ଜଜମେଣ୍ଟାଲ ହୈ କ୍ୟା’ରେ କଙ୍ଗନା ରଣାଓ୍ଵତ, ରାଜକୁମାର ରାଓ ଏବଂ ଜିମି ସେରଗିଲ ଭଳି ଲୋକପ୍ରିୟ ଅଭିନେତା ଅଭିନୟ କରିଛନ୍ତି।

Comment