ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ପରିସର ପାନ ଓ ଗୁଟୁଖା ମନା। ଉଭୟ ଭକ୍ତ ଓ ସେବାୟତ ଓ କର୍ତ୍ତବ୍ୟରତ କର୍ମଜାରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି। ଭକ୍ତ ହୁଅନ୍ତୁ ବା ସେବାୟତ ପାନ, ପାନ ମସଲା ଓ ଗୁଟୁଖା ସେବନ କରି ବା ସାଙ୍ଗରେ ନେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ପାରିବେ ନାହିଁ। ଯଦି ଏହି ନିୟମର ଉଲ୍ଲଂଘନ କରନ୍ତି, ୫୦୦ଟଙ୍କାର ଜରିମନା ଦେବାକୁ ହେବ।

ଆଜିଠୁ ଏହି ନିୟମକୁ କଡ଼ାକଡ଼ି କରାଯାଇଛି। ଏନେଇ ଶ୍ରୀମନ୍ଦିର ସମ୍ମୁଖରେ ଏକ ସୂଚନା ଫଳକ ମଧ୍ୟ ଲାଗିଛି।

ଆଜି ଯେଉଁ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯାଉଥିଲେ ସେମାନଙ୍କ ପାଟି ଏବଂ ପକେଟ୍ ଯାଞ୍ଚ କରାଯାଉଥିଲା

ସେବାୟତମାନେ ମଧ୍ୟ ଏହି ନିୟମକୁ ସ୍ଵାଗତ କରିବା ସହ ନିୟମକୁ କଡ଼ାକଡ଼ି ପାଳନ ଉପରେ ଜୋର ଦେଇଛନ୍ତି।

ଜୁଲାଇ ୨୯ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।

Comment