ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଲୋକସଭାରେ ଉପସ୍ଥାପନ ହେବ ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌। ଏହି ବିଲ୍‌କୁ ଗତକାଲି ରାଜ୍ୟସଭାରେ ମଞ୍ଜୁରି ମିଳିସାରିଛି। ଏହି ବିଲ୍‌ରେ ଜମ୍ମୁ କଶ୍ମୀରକୁ ଦୁଇ ଭାଗ ଅର୍ଥାତ ଜମ୍ମୁ କଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ କରିବାର ପ୍ରାବଧାନ ରହିଛି।

ଲୋକସଭାରେ ଏହି ବିଲ୍‌ ପାସ୍‌ ହେବା ପରେ ଔପଚାରିକ ଭାବେ ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବ ଅର୍ଥାତ ଜମ୍ମୁ କଶ୍ମୀର ଅନ୍ୟ ରାଜ୍ୟମାନଙ୍କ ଭଳି ସାଧାରଣ ରାଜ୍ୟରେ ପରଣିତ ହେବ।

ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ରର ମାନ୍ୟତା ଦେଉଥିବା ୩୭୦ ଧାରାକୁ ଗତକାଲି ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର। ଗତକାଲି ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଐତିହାସିକ ନିଷ୍ପତ୍ତି ଘୋଷଣା କରିଥିଲେ।

Comment