ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧାରା ୩୭୦ ଉଚ୍ଛେଦ ପରେ ଖାଲି କଶ୍ମୀର ପଣ୍ଡିତ ନୁହନ୍ତି ଦେଶର ବିଭିନ୍ନ ଅଞ୍ଚଳରେ ଉତ୍ସବ ପାଳନ କରାଯାଉଛି। ଏନେଇ ଗୁଜୁରାଟ, ସୁରତର ଶ୍ରୀ ସୁବ୍ରମଣ୍ୟମ ଗୁରୁକୁଳ ସ୍କୁଲରେ ଏକ ଅଭିନବ ଢଙ୍ଗରେ ପାଳନ ହୋଇଛି କାର୍ଯ୍ୟକ୍ରମ।

ଛାତ୍ରଛାତ୍ରୀମାନେ ଏକାସାଙ୍ଗରେ ବସି ୩୭୦ର ଆକାରକୁ ନିର୍ମାଣ କରିଥିଲେ, ଅର୍ଥାତ୍‌ ଛାତ୍ରଛାତ୍ରୀ ବସିବା ଶୈଳୀରେ ଧାରା ୩୭୦ ଉଚ୍ଛେଦ ଦର୍ଶାଇଥିଲେ।

ଛାତ୍ରଛାତ୍ରୀଙ୍କ ଏହି ଦୃଶ୍ୟ ବେଶ୍ ଚିତ୍ତାକର୍ଷକ ହୋଇଛି। ଏଥିସହ ଛାତ୍ରଛାତ୍ରୀମାନେ ଦେଶାତ୍ମକବୋଧକ ଗୀତ ମଧ୍ୟ ଗାଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Comment