ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ଚାଲିଛି ଷ୍ଟାରକିଡ ଡେବ୍ୟୁ। କିଛି ଦିନ ପୂର୍ବରୁ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟ ପାଣ୍ଡେ, ଜାଭେଦ ଜାଫରୀଙ୍କ ପୁଅ ମିଜାନ ଜାଫେରୀ ବଲିଉଡରେ ପାଦ ରଖିଥିଲେ। ଏବେ ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟୀ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି।

ନିକଟରେ ତାଙ୍କ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ଆହନଙ୍କ ଏହି ଫିଲ୍ମ ତେଲୁଗୁ ଫିଲ୍ମ ଆରଏକ୍ସ ୧୦୦ ରିମେକ। ଏହି ରିମେକ ଫିଲ୍ମରେ ଆହନ ନିଜ ଅଭିନୟ କ୍ୟାରିୟର କରିବେ।

ବଲିଉଡରେ ସୁନୀଲ ସେଟ୍ଟୀଙ୍କ ଅନେକ ଦମଦାର ଫିଲ୍ମ ରହିଛି। ସେ ବେଶ୍‌ ଲୋକପ୍ରିୟତା ହାସଲ ମଧ୍ୟ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ବଲିଉଡରେ ତାଙ୍କ ପୁଅ କେତେ ସଫଳତା ପାଉଛନ୍ତି।

Comment