ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଇଏଏସ୍‌ ସ୍ତରରେ ପୁଣି ଥରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର।

ଗଗନ ଧଳ – ଓଏଫ୍‌ଡିସି, ଓଡ଼ିଶା ବନ ନିଗମର ଅଧ୍ୟକ୍ଷ

ସୁରେଶ ମହାପାତ୍ର – ଉନ୍ନୟନ କମିଶନର, ଯୋଜନା ସଂଯୋଜନା ବିଭାଗର ଦାୟିତ୍ୱ ସହ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷର ଅତିରିକ୍ତ ଦାୟିତ୍ୱ।

ସୁଦର୍ଶନ ପାଲ ଠାକୁର  – କେବିକେ ମୁଖ୍ୟ ପ୍ରଶାସକ। ଏହାସହ ସେ ଟ୍ରେନିଙ୍ଗ କୋଅର୍ଡିନେସନ, ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନର ଡିଜି ଅଛନ୍ତି।

ପ୍ରଦୀପ୍ତ ମହାପାତ୍ର – କୃଷି ଉତ୍ପାଦନ କମିଶନର ଦାୟିତ୍ୱ ନେଇଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱରେ ରଖାଯାଇଛି ପ୍ରଦୀପ୍ତଙ୍କୁ। ବର୍ତ୍ତମାନ ସେ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଥିଲେ। ତାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି।

ଡକ୍ଟର ମୋନା ଶର୍ମା – ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଅଛନ୍ତି।

ସଞ୍ଜୀବ ଚୋପ୍ରା – ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ଏବେ ଶିଳ୍ପ ବିଭାଗର ସଚିବ ଅଛନ୍ତି।

ମନୋଜ ମିଶ୍ର – E ଏବଂ IT ବିଭାଗର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।

ରୁଦ୍ର ନାରାୟଣ ପଲେଇ – ରାଜସ୍ଵ ବିଭାଗର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି।

ରୁଦ୍ର ନାରାୟଣ ପଲେଇ ରାଜସ୍ଵ ବିଭାଗର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି।

Comment