ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

‘କୌନ ବିନେଗା କରୋଡ ପତି’ର ନୂଆ ସିଜନକୁ ନେଇ ଏବେ ଚର୍ଚ୍ଚାରେ ବଲିଉହ ବିଗ୍‌ ବି ଅମିତାଭ ବଚ୍ଚନ। ସବୁବେଳେ ଫିଟ୍‌ ଏବଂ ଆକ୍ଟିଭ ଦିଶୁଥିବା ୭୬ ବର୍ଷିୟ ଅମିତାଭ ବଚ୍ଚନ ବର୍ତ୍ତମାନ ବହୁତ ଖରାପ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି।

ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ସ୍ୱାସ୍ଥ୍ୟ ଉପରେ ବିଗ୍‌ ବି କହିଛନ୍ତି,”ମୋର ୭୫ ପ୍ରତିଶତ ଲିଭର(ଯକୃତ) ଖରାପ ହୋଇଯାଇଛି। ଏବେ ମୁଁ ମାତ୍ର ୨୫ ପ୍ରତିଶତରେ ଜୀବନ କାଟୁଛି।”

ଅମିତାଭ ବଚ୍ଚନ ଆହୁରି ମଧ୍ୟ କରିଛନ୍ତି,”ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିୟମିତ ଭାବେ ଚେକ୍‌ଅପ୍‌ କରିବା ଉଚିତ୍‌। ବର୍ତ୍ତମାନ ମତେ ଟ୍ୟୁବରକୁଲେସିସି(ଟିବି) ତଥା ବିଭିନ୍ନ ସମସ୍ୟାରେ ପୀଡ଼ିତ। ଯଦି ଠିକ୍‌ ସମୟରେ ମୁଁ ଏ ବିଷୟରେ ଜାଣିପାରିଥାନ୍ତି, ତେବେ ଏହାର ଚକିତ୍ସା ସମ୍ଭବ ହୋଇପାରିଥାନ୍ତା।”

ବିଗ୍‌ ବି ଅମିତାଭ ବଚ୍ଚନ ନିଜ ଫିଟ୍‌ନେସକୁ ସବୁବେଳେ ଧ୍ୟାନରେ ରଖିଥାନ୍ତି। ନିୟମିତ ଭାବେ ବ୍ୟାୟାମ କରିଥାନ୍ତି। ସେହିପରି ଖାଦ୍ୟପେୟରେ ସାବଧାନତା ଅବଲମ୍ବନ କରିଥାନ୍ତି। ଯାହା ଫଳରେ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନିଜ ଉପରେ ପ୍ରଭାବ ପକାଇବାକୁ ଦେଇ ନଥିବା ବିଗ୍‌ ବି ଏହି କାର୍ଯ୍ୟକହିଛନ୍ତି।

ବିଗ୍‌ ବି ଅମିତାଭ ବଚ୍ଚନ ୭୬ ବର୍ଷିୟ ବୟସରେ ମଧ୍ୟ ନିଜ କର୍ମ ଜୀବନ ଜାରି ରଖିଛନ୍ତି। ସୋମବାରଠାରୁ ଆରମ୍ଭ ହୋଇଥିବା ‘କେବିସି’ ସିଜନ ୯ରେ ବିଗ୍‌ ବି ହୋଷ୍ଟି କରୁଛନ୍ତି। ସେହିପରି ରିଲିଜ୍‌ ଅପେକ୍ଷାରେ ଥିବା ‘ବ୍ରହ୍ମାସ୍ତ୍ର’ ଫିଲ୍ମରେ ବଗ୍‌ ବିଙ୍କୁ ପ୍ରମୁଖ ଭୂମିକାରେ ନିଜର ଆସିବେ। ଅନ୍ୟପକ୍ଷରେ ‘ଗୁଲାବୋ ସିତାବୋ’ ଏବଂ ‘ସଇ ରା ନରସିମ୍‌ହା ରେଡ୍ଡୀ’ ନାମକ ଦୁଇଟି ଫିଲ୍ମ ତାଙ୍କ ହାତରେ ରହିଛି।

Comment