ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସିବିଆଇ କୋର୍ଟରେ ହାଜର ହେବେ ପି ଚଦାମ୍ବରମ
  • ୧୪ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିପାରେ ସିବିଆଇ
  • ଚିଦାମ୍ବରମଙ୍କ ପୁଅ କାର୍ତ୍ତୀଙ୍କୁ ବି ପଚରାଉଚରା କରାଯିବ

ଆଇଏନ୍‌ଏକ୍ସ ମିଡିଆରେ ମାମଲାରେ ଗିରଫ ପରେ ଆଜି ସିବିଆଇ କୋର୍ଟରେ ହାଜର ହେବେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚଦାମ୍ବରମ। ଅପରାହ୍‌ଣ ୨ଟା ବେଳେ ସେ କୋର୍ଟରେ ହାଜର ହେବେ ବୋଲି ସୂଚନା ମିଳିଛି। ମାମଲା ସଂପର୍କରେ ଅଧିକ ଖେଳାତାଡ଼, ତଥ୍ୟ ଆଦାୟ ପାଇଁ ୧୪ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ସିବିଆଇ ଆବେଦନ କରିବ। ଚିଦାମ୍ବରମଙ୍କ ପୁଅ କାର୍ତ୍ତୀଙ୍କୁ ବି ପଚରାଉଚରା କରାଯିବ।

ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛି କଂଗ୍ରେସ। ଏନେଇ କଂଗ୍ରେସ ମୁଖପାତ୍ର ରଣଦ୍ୱୀପ ସୂର୍ଯ୍ୟେଓ୍ୱାଲା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

‘‘ଚିଦାମ୍ବରମଙ୍କ ଗିରଫଦାରୀ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ। ବିନା କୌଣସି ପ୍ରମାଣରେ ରାତିଅଧିଆ ତାଙ୍କୁ ଗିରଫ କରାଗଲା। ଯାହା ବିଜେପିର ରାଜନୈତିକ ଆକ୍ରୋଶକୁ ସ୍ପଷ୍ଟ କରୁଛି‘‘, କହିଛନ୍ତି  କଂଗ୍ରେସ ମୁଖପାତ୍ର।

ସେ ଆହୁରି କହିଛନ୍ତି, ‘‘ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ଏଥିପାଇଁ  ଲୋକଙ୍କ ଅସନ୍ତୋଷ ବଢ଼ିଛି। ଏହା ଉପରୁ ନଜର ହଟାଇବା ପାଇଁ ବିଜେପି ଏପରି କରିଛି।‘‘

ଗିରଫ ହେବା ପରେ ଗତକାଲି ସିବିଆଇ କାର୍ଯ୍ୟାଳୟରେ ରାତି କାଟିଛନ୍ତି ଚିଦାମ୍ବରମ। ଏଥିପାଇଁ ଦିଲ୍ଲୀସ୍ଥିତ ସିବିଆଇ ଅଫିସରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ଅଫିସକୁ ଘେରି ରହିଛନ୍ତି ଦିଲ୍ଲୀ ପୋଲିସ।

Comment