ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଓ ମୁକାବିଲା ନେଇ ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଗୃହମନ୍ତ୍ରୀ ଅମିତ ଶାହ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଏଥିରେ ମାଓ ପ୍ରଭାବିତ ୧୦ ରାଜ୍ୟର ସୁରକ୍ଷା ତଥା ବିକାଶ ସମ୍ପର୍କରେ ଆଲୋଚନା ହେବ।

ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୁଖ୍ୟ ଶାସନ ସଚିବ, ପୋଲିସ୍‌ ଡିଜି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ ଏହି ବୈଠକରେ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ, ବିଏସ୍‌ଏଫ୍‌, ଆଇଟିବିପିର ଡିଜି ଉପସ୍ଥିତ ରହିବେ।

ମାଓ କାର୍ଯ୍ୟକଳାପ ରୋକିବା ନେଇ ଅପରେସନକୁ ଜୋରଦାର କରିବା, ମାଓବାଦୀଙ୍କ ପାଖକୁ ଆସୁଥିବା ଟଙ୍କାର ବାଟ ବନ୍ଦ କରିବା, କେନ୍ଦ୍ରୀୟ ସୁରକ୍ଷାବଳଙ୍କ କ୍ୟାମ୍ପ ଭିତ୍ତିଭୂମି ବିକାଶ ସମ୍ପର୍କରେ ବୈଠକରେ ଆଲୋଚନା ହେବ।

ବୈଠକରେ ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ସାମିଲ ହେବେ।

Comment