ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ସାହୋ ଶୁକ୍ରବାର ରିଲିଜ ହେବ। ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଫିଲ୍ମ ସାହୋକୁ ନେଇ ଏବେ ସବୁଠି ଜୋରଦାର ଚର୍ଚ୍ଚା ହେଉଛି।

ହେଲେ ଆପଣ ଜାଣିଛନ୍ତି କି ସାହୋର ଅର୍ଥ କ’ଣ। ନିକଟରେ ସୋନୀରେ ପ୍ରସାରିତ ହେଉଥିବା ଦ କପିଲ ଶର୍ମା ସୋ’ରେ ନିଜେ ପ୍ରଭାସ ଏହାର ଖୁଲାସା କରିଛନ୍ତି। ସଂସ୍କୃତରେ ସାହୋର ଅର୍ଥ ‘ଜୟ ହୋ’ ଯାହାକୁ ଆମେ ଜିନ୍ଦାବାଦ କହୁ ବୋଲି କହିଥିଲେ ପ୍ରଭାସ।

ତେଲୁଗୁ, ହିନ୍ଦି ଓ ତାମିଲ  ୩ଟି ଭାଷାରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ ‘ସାହୋ’ ପାଇଁ ୩୫୦ କୋଟି ଖର୍ଚ୍ଚ ହୋଇଛି। ଏଥିରେ ପ୍ରଭାସଙ୍କ ବ୍ୟତୀତ ଚୁଲବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁର, ଜ୍ୟାକି ଶ୍ରଫ୍‌, ନିଲ ନିତିନ ମୁକେଶ ମୁଖ୍ୟ ଚରିତ୍ରରେ ଅଛନ୍ତି। ସେପଟେ ଫିଲ୍ମ ‘ସାହୋ’ ରିଲିଜ ପୂର୍ବରୁ ୩୨୦ ଆୟ କରି ସମସ୍ତଙ୍କୁ ଚମକାଇ ଦେଇଛି।

ଫିଲ୍ମ ‘ସାହୋ’ ନିଜର ସାଟେଲାଇଟ ରାଇଟ୍ସ ବିକ୍ରି କରି ୩୨୦ କୋଟି ଟଙ୍କାର  ବ୍ୟବସାୟ କରିଛି। ଏହି ଫିଲ୍ମରେ ପ୍ରଭାସଙ୍କ ଜବରଦସ୍ତ ଷ୍ଟଣ୍ଟ ଆକ୍ସନ ଦେଖିବାକୁ ମିଳିବ।

Comment