ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆଁଖାଇ ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି।

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଉତ୍ସବ ମୁଖର ପୂରା ପଶ୍ଚିମ ଓଡ଼ିଶା। ଆଜି ସମସ୍ତେ ଏକତ୍ରିତ ଖାଇଛନ୍ତି ନବାନ୍ନ। ପ୍ରଥମେ ଇଷ୍ଟଦେବୀଙ୍କୁ ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟ ଭୋଗ ଲାଗି କରାଯିବା ପରେ ସମସ୍ତେ ଏକତ୍ରିତ ହୋଇ ନବାନ୍ନ ଖାଇଛନ୍ତି।

ନୂଆଁ ବ୍ରସ୍ତ୍ର, ନୂଆ ଚାଉଳ, ନାଚ, ଗୀତ, ବାଦ୍ୟରେ ଦୁଲୁକୁଛି ପୂରା ପଶ୍ଚିମ ଓଡ଼ିଶା। ସମସ୍ତେ ସାଙ୍ଗ, ସାଥୀ ସଂପର୍କୀୟଙ୍କୁ ଜଣାଇଛନ୍ତି ନୂଆଁଖାଇର ଶୁଭେଚ୍ଛା ଦେବା ସହ ଗୁରୁଜନମାନଙ୍କ  ଆଶୀର୍ବାଦ ନେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।

‘‘ନୂଆଁଖାଇ ଜୁହାର। ଓଡିଶାର ଏକ ସର୍ବପୁରାତନ ପର୍ବ ନୂଆଁଖାଇର ପବିତ୍ର ଅବସରରେ ସମାଜର ସବୁବର୍ଗ ବିଶେଷ ଭାବରେ ଆମର ପରିଶ୍ରମୀ ଚାଷୀଭାଇ ମାନଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି। ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା’’, ଟୁଇଟ କରି କହିଛନ୍ତି ମୋଦୀ।

Comment