ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

୪ ଦିନ ବନ୍ଦ ପରେ ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ

୪ ଦିନର ବିରତି ପରେ ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଏମାର ମଠକୁ ଲାଗିକି ଥିବା ଅବଶିଷ୍ଟ ଦୋକାନକୁ ଭଙ୍ଗାଯାଉଛି। କଡ଼ା ସୁରକ୍ଷା ବେଳେ ଚାଲିଛି ଉଚ୍ଛେଦ।

କାଲି ପୁରୀ ଗସ୍ତରେ ଆସିବେ ଆମିକସ୍‌କ୍ୟୁରି

ପୁରୀ ଉଚ୍ଛେଦ ପ୍ରକ୍ରିୟାର ଅନୁଧ୍ୟାନ ପାଇଁ ଆସନ୍ତା କାଲି ପୁରୀ ଆସୁଛନ୍ତି ଆମିକସ୍‌କ୍ୟୁରି ଓ ସିଲିସେଟର ଜେନେରାଲ। ପୁରୀର ସ୍ଥିତି ଅନୁଧ୍ୟାନ ପାଇଁ ସୁପ୍ରିମ୍‌କୋର୍ଟ ଆମିକସ୍‌କ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନୀରଜା: ନିଜ ଜୀବନ ଦେଇ ବଞ୍ଚେଇଥିଲେ ୩୫୯ ଜଣଙ୍କ ଜୀବନ, ପାକିସ୍ତାନ କରିଥିଲା ସମ୍ମାନିତ

୫ ସେପ୍ଟେମ୍ବର ୧୯୮୬ର ଘଟଣା।  ଯାହା ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ ହୋଇ ରହିଛି। ଆଜିର ଦିନରେ ଆତଙ୍କବାଦୀ ମୁମ୍ବାଇରୁ ଆମେରିକା ଯାଉଥିବା ବିମାନ ପ୍ୟାନ୍‌ ଏମ୍‌ ଫ୍ଲାଇଟ୍‌-୭୩ କରାଚୀରେ ହାଇଜ୍ୟାକ କରିନେଇଥିଲେ। ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଡ୍ରେସ୍‌ରେ ବିମାନକୁ ପ୍ରବେଶ କରି ଫାୟାରିଂ କରି ବିମାନକୁ ନିଜ କବ୍‌ଜାକୁ ନେଇଯାଇଥିଲେ।

୯ ଜିଲ୍ଲାରେ ପ୍ରବଳ ବର୍ଷିବ, ସତର୍କ କଲା ପାଣିପାଗ ବିଭାଗ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବୁଧବାର ବର୍ଷା ହୋଇଥିଲା। ଲଘୁଚାପ ପ୍ରଭାବରେ ଆଗାମୀ ୩୬ ଘଣ୍ଟା ମଧ୍ୟରେ ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ଚିଦାମ୍ବରମଙ୍କୁ ଝଟକା: ଆଗୁଆ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ – ଗିରଫ କରିପାରେ ଇଡି

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଥିବା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ପୁଣିଥରେ ବଡ଼ ଝଟକା ଲାଗିଛି। ଇଡି ମାମଲାର ଶୁଣାଣି କରି ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର…

ଆଜି ହେଉଛି ଗୁରୁଦିବସ। ଗୁରୁଙ୍କ ଉଦ୍ଦେଶ୍ୟରେ ସାରା ଦେଶ ପାଳୁଛି ଏହି ଦିନ। ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଏ। ବିଶିଷ୍ଟ ଶିକ୍ଷକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରାଯାଏ।

କାହିଁକି ରାଧାକ୍ରିଷ୍ଣନଙ୍କ ଜନ୍ମଦିନରେ ପାଳନ ହୁଏ ଗୁରୁଦିବସ?

ଆଜି ହେଉଛି ପବିତ୍ର ଗୁରୁଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଆମେ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରିଥାଉ। ଜଣେ ଦାର୍ଶିନିକ ତଥା ଜଣେ କୁଶଳୀ ରାଷ୍ଟ୍ରନୀତିଜ୍ଞ ଓ ଜଣେ ଆଦର୍ଶ ଶିକ୍ଷକ ଭାବରେ ରାଧାକ୍ରିଷ୍ଣନ ବେଶ୍ ପରଚିତ।

ସୈନିକ ସ୍କୁଲରେ ପଢ଼ିଲେ ଆର୍ଥିକ ଅନୁଦାନ ମିଳିବ

ଏଣିକି ଆପଣଙ୍କ ପୁଅ ବି ସୈନିକ ସ୍କୁଲରେ ପଢ଼ିପାରିବ ପାଠ। ଏଥିପାଇଁ ଆପଣଙ୍କୁ ମିଳିବ ଆର୍ଥିକ ଅନୁଦାନ। ଭୁବନେଶ୍ଵରସ୍ଥିତ ସୈନିକ ସ୍କୁଲର ଏକ ପ୍ରେସମିଟରେ ଏହାର ସୂଚନା ଦେଇଛନ୍ତି ସ୍କୁଲର ପ୍ରିନ୍ସିପାଲ ଏସ ଡୋମିନିକ ରାୟନ।

ମଠ ଉଚ୍ଛେଦକୁ ନେଇ ତେଜିଲା ରାଜନୀତି

ପୁରୀରେ ୭୫ ମିଟର ଉଚ୍ଛେଦ ହେବ କି ନାହିଁ? ଏହାକୁ ନେଇ ଏବେ ରାଜନୀତି ତେଜିଛି। ଗତ ସପ୍ତାହେ ହେଲା ସୁରୁଖରୁରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟରେ ଏବେ ରାଜନୀତି ପଶିଛି। ମଠ ଉଚ୍ଛେଦକୁ ବିରୋଧ କରି ବିଶ୍ୱହିନ୍ଦୁ ପରିଷଦ ଆଗକୁ ଆସିଛି। ବରିଷ୍ଠ ନେତା ବିଜୟ ମହାପାତ୍ର ବି ସମାଲୋଚନା କରିଛନ୍ତି। ଫଳରେ ସରକାର ଏବେ ଅଡୁଆରେ ପଡ଼ିଛନ୍ତି।

ହାଇଡ୍ରୋସିଲ ବଦଳରେ ଗୋଡ଼ ଅପରେସନ କଲେ ଡାକ୍ତର

ଗୟାର ଏକ ସରକାରୀ ଡାକ୍ତରଖାନାରେ ହାଇଡ୍ରୋସିଲ ଅପରେସନ ପାଇଁ ଆସିଥିବା ରାମଭଜନ ଯାଦବଙ୍କ ଗୋଡ଼କୁ ଅପରେସନ କରିଛନ୍ତି ଡାକ୍ତରୀ ଟିମ। ଫାଇଲେରିଆ ସମସ୍ୟା ଥିବା କହି ଡାକ୍ତରୀ ଟିମ ଗୋଡ଼ରେ ଅପରେସନ କରିଥିବା ରାମଭଜନଙ୍କ ପୁଅ ଭୁବନେଶ୍ୱର ଅଭିଯୋଗ କରିଛନ୍ତି।

ଲଗାଣ ବର୍ଷାରେ ବେହାଲ ବ୍ରହ୍ମପୁର ସହର

ଦୁଇ ଘଣ୍ଟାର ଲଗାଣ ବର୍ଷାରେ ବେହାଲ ହୋଇଛି ବ୍ରହ୍ମପୁର। ଗୁରୁବାର ଭୋର ୪ଟାରୁ ୬ଟାରୁ ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଗଜପତିନଗର, ଗାନ୍ଧୀ ନଗରର ୯ମ ଓ ୧୦ ଲେନ୍‌ରେ ଘରେ ଘରେ ବର୍ଷା ପାଣି ପଶିଛି।

LEAVE A REPLY

Please enter your comment!
Please enter your name here