ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ପୁରୀରେ ଉଚ୍ଛେଦ ପ୍ରକ୍ରିୟାର ସମୀକ୍ଷା କରିବେ ଆମିକସ୍‌ କ୍ୟୁରି

ଆଜି ପୁରୀ ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ରଞ୍ଜିତ କୁମାର ଓ ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା। ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିଲା ବେଳେ ଏହାକୁ ନେଇ ବଢ଼ୁଥିବା ବିରୋଧ ସହିତ ବାସ୍ତବ ସ୍ଥିତିର ଅନୁଧ୍ୟାନ କରିବେ ଆମିକସ୍ କ୍ୟୁରି।

ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ସହର ଏଲ୍‌ଇଡି ଲାଇଟ୍‌ରେ ଝଲସିବ

ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ରାଜ୍ୟର ସମସ୍ତ ସହର ଏଲ୍‌ଇଡି ଲାଇଟ୍‌ରେ ଝଲସିବ। ରାଜ୍ୟର ସମସ୍ତ ସହରାଞ୍ଚଳକୁ ଆଲୋକୀକରଣ କରାଯିବା ପାଇଁ ଗତ ବର୍ଷ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ଏହା ଆସନ୍ତା ଡିସେମ୍ବର ସୁଦ୍ଧା ପୁରଣ କରାଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

‘ଅପରେସନ ପରି’ : ରାଜ୍ୟ ବାହାରୁ ଉଦ୍ଧାର ହେଲେ ୮୨ ଜଣ ଶିଶୁ

ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ଗଠିତ ‘ଅପରେସନ ପରି’ ଅଭିଯାନରେ ରାଜ୍ୟ ବାହାରୁ ୮୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ରାଜ୍ୟ ବାହାରକୁ ଯାଇଥିବା ୮ଟି ଟିମ୍‌କୁ ଏହି ଶିଶୁଙ୍କୁ ଉଦ୍ଧାର କରି ଓଡ଼ିଶାକୁ ଆଣିଛନ୍ତି।

ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆର ଦାମୀ ସ୍ପନ୍ସର

ଭାରତୀୟ କ୍ରିକେଟ ଟିମ୍‌କୁ ମିଳିଲା ନୂଆ ସ୍ପନ୍ସର ‘ବାୟଜୁ’। ଟିମ୍‌ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଗ୍ରସ୍ତ ଶେଷ ପରେ ଓପୋ ବଦଳରେ ବାୟଜୁ ଇଣ୍ଡିଆ ଲେଖାଥିବା ଜର୍ସି ପିନ୍ଧିବ ଟିମ୍ ଇଣ୍ଡିଆ। ଚୀନ୍‌ ମୋବାଇଲ୍ କମ୍ପାନି ଓପୋ ଟିମ୍ ଇଣ୍ଡିଆର ସ୍ପନ୍ସର ହେବାକୁ ଅନିଚ୍ଛା ପ୍ରକାଶ କରିବାପରେ ଏହି ଅଧିକାରକୁ ବାୟଜୁ ଇଣ୍ଡିଆକୁ ଦେଇଛି ଓପୋ।

ଦୋସ୍ତାନା-୨’ର ଜଣେ ନୂଆ ପ୍ରତିଭାଙ୍କୁ ଲଞ୍ଚ୍‌ କରିବେ କରଣ ଜୋହର

ଖୁବ୍ ଶୀଘ୍ର ଆସିବାକୁ ଯାଉଛି ‘ଦୋସ୍ତାନା’ର ସିକୁଆଲ୍ ‘ଦୋସ୍ତାନା-୨’। ଏଥିରେ ସେକେଣ୍ଡ୍ ଲିଡ୍ ରେ ଦେଖିବାକୁ ମିଳିବ ନୂଆ ଚେହେରା  ଲକ୍ଷ୍ୟ ଲାଲଓ୍ୱାନୀଙ୍କୁ। ଟୁଇଟ୍ ମାଧ୍ୟମରେ ଲକ୍ଷ୍ୟଙ୍କ କେତୋଟି ଫଟୋ ସହିତ ଏକ ମ୍ୟାସେଜ୍ ଦେଇ ଏହି କଥା ସ୍ପଷ୍ଟ କରିଛନ୍ତି ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହର।

Comment