ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ନୂଆ ଟ୍ରାଫିକ ନିୟମ ପାଇଁ କଟକରୁ ଗଡ଼ିଲା ସଚେତନତା ରଥ

ନୂଆ ଟ୍ରାଫିକ ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଇବାକୁ ଆରମ୍ଭ ହେଲା ପ୍ରୟାସ। କଟକ-ଭୁବନେଶ୍ଵରରେ କମିଶନରେଟ ପୋଲିସ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏନେଇ ଗୁରୁବାର କଟକରୁ ସଚେତନତା ରଥ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି।

୬ ଟି ଏକେ-୪୭ ସହ ଜମ୍ମୁ କଶ୍ମୀର ପୋଲିସ ହାତରେ ଧରାପଡ଼ିଲେ ୩ ଆତଙ୍କବାଦୀ

ଜମ୍ମୁ କଶ୍ମୀର ପୋଲିସକୁ ଗୁରୁବାର ବଡ଼ ସଫଳତା ମିଳିଛି। କଠୁଆ ଅଞ୍ଚଳରୁ ୬ ଟି ଏକେ ୪୭ ବନ୍ଧୁକ ସହ ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।

ସାବଧାନ! ସ୍କୁଲ ବ୍ୟାଗ୍ ଓଜନ ହେଉଛି

ସ୍କୁଲ୍‌ ପିଲାଙ୍କର ବ୍ୟାଗ୍‌ର ଓଜନ ଯାଞ୍ଚ କରୁଛନ୍ତି ସ୍ପେଶାଲ ସ୍କ୍ୱାଡ। ମଙ୍ଗଳବାରଠୁ ଏହି ଯାଞ୍ଚ ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର ସ୍କ୍ୱାଡ। ସ୍କୁଲ ବ୍ୟାଗ୍‌ର ଓଜନ ଯାଞ୍ଚ କରିବା ପାଇଁ ୩ଟି ଜିଲ୍ଲାସ୍ତରୀୟ ସ୍କ୍ୱାଡ ଗଠନ କରାଯାଇଛି। ଏହି ସ୍କ୍ୱାଡ ହଠାତ୍‌ ସ୍କୁଲ ଗସ୍ତ କରି ବ୍ୟାଗ୍‌ର ଓଜନକୁ ଯାଞ୍ଚ କରୁଛନ୍ତି।

ଦିଲୀପ ଶତପଥୀଙ୍କ ଶ୍ରଦ୍ଧାଞ୍ଜଳି ସଭା: ମନେ ପକାଇଲେ, ସ୍ମୃତି ବଖାଣିଲେ

ଭୁବନେଶ୍ୱରସ୍ଥିତ ଇଡିକଲ ଅଡିଟୋରିୟମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଅପର୍ଣ କରିଛନ୍ତି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜନେତା, ମନ୍ତ୍ରୀଙ୍କଠୁ ଆରମ୍ଭ କରି ବହୁ ବରିଷ୍ଠ ସାମ୍ବାଦିକ, ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ପରାଜୟ ସ୍ୱୀକାର କଲା ପାକିସ୍ତାନ

ଭାରତ ଅନେକ ଥର ବିଶ୍ୱସ୍ତରରେ ବିଭିନ୍ନ ମଞ୍ଚରେ ପାକିସ୍ତାନର ମୁଖା ଖୋଲି ସାରିଛି। ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରୁଥିୋ ଅନେକ ଥର ଭାରତ କହିଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପାକିସ୍ତାନ ନିଜେ ମଧ୍ୟ ଏକଥାକୁ ସ୍ୱୀକାର କରିଛି। ପାକିସ୍ତାନ ଗୃହମନ୍ତ୍ରୀ ଏଜାଜ ଅହମ୍ମଦ ଶାହ ନିଜେ ଏକଥା ମାନିଛନ୍ତି।

ଦୁର୍ଗାପୂଜା ଲାଗି କଟକରେ ହେଲାଣି ପ୍ରତିଯୋଗିତା, ଏଥର ନଜରରେ ଖାନନଗର

ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା। ଧରାବତରଣ କରିବେ ଜଗତ୍‌ଜନନୀ। ଚାନ୍ଦୀ, ସୁନା ମେଢ଼ରେ ଝଲସି ଉଠିବ ମା’ଙ୍କ ମୂର୍ଣ୍ଣୟୀ ମୂର୍ତ୍ତି। ଏଥିପାଇଁ କଟକର ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇଛି ଜବରଦସ୍ତ ପ୍ରସ୍ତୁତି। ବିଭିନ୍ନ ପୂଜାମଣ୍ଡପରେ ଚାଲିଛି ମୂର୍ତ୍ତି କାମ। ବର୍ଷା ବାଧକ ସାଜିଥିଲେ ବି ଷଷ୍ଠୀ ପୂର୍ବରୁ ତୋରଣ କାମ ସାରିବାକୁ ଲାଗିପଡ଼ିଛନ୍ତି କାରିଗର।

ଲଦାଖରେ ଉତ୍ତେଜନା, ମୁହାଁମୁହିଁ ହେଲେ ଭାରତ-ଚୀନ ସେନା

ଲଦାଖରେ ଭାରତ ଓ ଚୀନ ସେନା ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ବୁଧବାର ପୈଗାଙ୍ଗ ହ୍ରଦର ଉତ୍ତର ପାର୍ଶ୍ୱରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଅନେକ ସମୟ ଧରି ଦୁଇ ଦେଶର ଯବାନ ଧସ୍ତାଧସ୍ତି ହୋଇଥିଲେ। ତେବେ ଆଲୋଚନା ପରେ ଉତ୍ତେଜନା ଥମିଥିବା ଜଣାପଡ଼ିଛି।

Comment