ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟରେ ମଦୁଆ ଡ୍ରାଇଭରଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ। ସବୁ ଟୋଲ ଗେଟରେ ଚାଲିଛି ଜୋରଦାର ଚେକିଂ। ଏପର୍ଯ୍ୟନ୍ତ ୪୨୬ ମଦୁଆ ଡ୍ରାଇଭରଙ୍କୁ ଗିରଫ କରାଯାଇଛି ବୋଲି ଡିଜି ବିଜିୟ କୁମାର ଶର୍ମା ସୂଚନା ଦେଇଛନ୍ତି।

ଏଣିକି ମଦୁଆ ଡ୍ରାଇଭର ହେବେ ସାବାଡ଼। ଚାଲିଛି ଜୋରଦାର ଚେକିଂ। ନୂଆ ଟ୍ରାଫିକ ନିୟମ ଆରମ୍ଭ ହେବା ଦିନଠୁ ରାଜ୍ୟରେ ଚାଲିଛି ଟ୍ରାଫିକ ଧରପଗଡ଼। ରବିବାର ଗୋଟିଏ ଦିନରେ ୧୪୧ ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଏପର୍ଯ୍ୟନ୍ତ ସମୁଦାୟ ୪୨୬ ଜଣ ଗିରଫ ହୋଇଛନ୍ତି।

ରବିବାର ଗିରଫ ହୋଇଥିବା ୧୪୧ ଜଣକ ମଧ୍ୟରୁ ଗଞ୍ଜାମରୁ ୨୬, ଯାଜପୁରରୁ ୨୦ ଓ ସମ୍ଵଲପୁରରୁ ୧୮ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟରେ ୧୪ଟି ଟୋଲ ଗେଟରେ ଚେକିଂ ଚାଲିଛି। ଡ୍ରାଇଭରଙ୍କ ବ୍ରେଥ ଆନାଲାଇଜର ଟେଷ୍ଟ ଓ ମେଡିକାଲ ଟେଷ୍ଟ ଯାଞ୍ଚ କରାଯାଉଛି।

Comment