ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନାଗଡ଼ ଗଣଦୁଷ୍କର୍ମର ତନାଘନା କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା। ଆଜି ନିଜେ ଜୁନାଗଡ଼ରେ ପହଞ୍ଚି ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ସେ। ଏହାସହିତ ଘଟଣାର ତଦନ୍ତ କରୁଥିବା ପୋଲିସଠାରୁ ତଥ୍ୟ ସଂଗ୍ରହ କରିଛନ୍ତି। ଘଟଣା କିପରି ଏବଂ କେଉଁ ପରିସ୍ଥିତିରେ ଘଟିଲା ତା’ର ମଧ୍ୟ ଅନୁଧ୍ୟାନ କରିଛନ୍ତି।

ଭାଇରାଲ ହୋଇଥିବା ଭିଡିଓକୁ କିପରି ରୋକାଯାଇ ପାରିବ ସେନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଓଡ଼ିଶାରେ ମହିଳା ଅସୁରକ୍ଷିତ କି? ଏଭଳି ଏକ ପ୍ରଶ୍ନର ଉତ୍ତର ଦେଇ ମୀନତି ବେହେରା କହିଛନ୍ତି, ‘‘ଓଡ଼ିଶାରେ ମହିଳା ସୁରକ୍ଷିତ ଅଛନ୍ତି। କିଛି ଅସାମାଜିକ ବ୍ୟକ୍ତି ଏପରି କାର୍ଯ୍ୟ କରୁଛନ୍ତି। ଏହାର ଜବାବ ଆଗାମୀ ଦିନରେ ମହିଳାମାନେ ଦେବେ।’’

କଳାହାଣ୍ଡି ଜିଲ୍ଲା ଜୁନାଗଡ ଅଞ୍ଚଳରେ ଗତ ୧୪ ତାରିଖରେ ଏହି ଘଟଣା ଘଟିଥିଲା। ଜଣେ ଯୁବତୀଙ୍କୁ ଜାରିଙ୍ଗ ଜଙ୍ଗଲକୁ ଟେକି ନେଇ କିଛ ୫ରୁ ୬ ଜଣ ଯୁବକ ଦୁଷ୍କର୍ମ କରିଥିଲେ। ଗଣଦୁଷ୍କର୍ମ କରାଯିବା ସହ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ପୀଡ଼ିତା ଜୁନାଗଡ଼ ଥାନାରେ ଏତଲା ଦେଇଥିଲେ।

Comment