ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୩୭ ବର୍ଷରେ ପାଦ ଥାପିଛନ୍ତି ବଲିଉଡ୍‌ ଷ୍ଟାର ରଣବୀର କପୁର। ୧୯୮୨ ମସିହା ଆଜିର ଦିନରେ ଜନ୍ମ ହୋଇଥିଲେ ଏହି ବଲିଉଡ୍ ସୁପରଷ୍ଟାର। ପିତା ରିଶି କପୁର ଓ ଜେଜେବାପା ରାଜ କପୁରଙ୍କ ଭଳି ସେ ମଧ୍ୟ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଏହାସହ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ସଂପର୍କକୁ ନେଇ ସେ ମଧ୍ୟ ଚର୍ଚ୍ଚାରେ ଅଛନ୍ତି।

ବହୁ ଦିନରୁ ବଲିଉଡରେ ରାଜ କରୁଛନ୍ତି କପୁର ବଂଶର କଳାକାରମାନେ। ପ୍ରଥମେ ପୃଥୀରାଜ କପୁର ତାଙ୍କ ପରେ ପୁଅ ରାଜ କପୁର ବଲିଉଡରେ ରାଜ କରିଥିଲେ। ଏହାପରେ ପରେ ତାଙ୍କ ପର ପିଢ଼ି ରିଶି କପୁର ଓ ତାଙ୍କ ପତ୍ନୀ ନିତୁ ସିଂହ ବଲିଉଡରେ ବହୁଦିନ ଧରି ରାଜ କରିଥିଲେ। ତାଙ୍କ ପରେ ଏବେ ଏହି ଦାୟିତ୍ୱରେ ଅଛନ୍ତି ରଣବୀର କପୁର।

ସବୁବେଳେ ନିଜର ଭିନ୍ନ ତଥା ଚତ୍ମକାର ଅଭିନୟ ପାଇଁ ସେ ଦର୍ଶକଙ୍କ ପାଖରେ ବେଶ ପରିଚିତ ହୋଇପାରିଛନ୍ତି। ୨୦୦୭ ମସିହାରେ ଫିଲ୍ମ ‘ସାୱରିୟା’ ସହ ଅଭିନୟ ଜଗତରେ ପାଦ ଥାପି ଥିଲେ ରଣବୀର। ଏହି ଫିଲ୍ମରେ ତାଙ୍କର ଅଭିନୟ ପାଇଁ ତାଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ନବାଗତ ନାୟକ ଭାବରେ ସମ୍ମାନିତ କରାଯାଇଥିଲା।

ଏହାପରେ ପରେ ତାଙ୍କର ବଲିଉଡ୍ ଫିଲ୍ମ ‘ଅଜବ ପ୍ରେମ କି ଗଜବ କାହାନୀ’(୨୦୦୯) ଓ ‘ରାଜନୀତି’(୨୦୧୦) କରି ବଲିଉଡରେ ଦର୍ଶକଙ୍କ ନିକଟତର ହୋଇପାରିଥିଲେ। ଏହାପରେ ପରେ ‘ରକଷ୍ଟାର’(୨୦୧୧), ‘ବର୍ଫି’(୨୦୧୨), ‘ୟେ ଜୱାନୀ ହେ ଦିୱାନୀ’(୨୦୧୩) ଭଳି ବ୍ୟାକଟୁ ବ୍ୟାକ୍ ଫିଲ୍ମ କରି ସେ ଚର୍ଚ୍ଚାରେ ରହିଥିଲେ।

ଏଇ ଗତ କିଛି ବର୍ଷ ମଧ୍ୟରେ ତାଙ୍କ ଅଭିନୀତ ‘ଏ ଦିଲ୍ ହେ ମୁସ୍କିଲ’(୨୦୧୬) ଏବଂ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ଫିଲ୍ମ ‘ସଞ୍ଜୁ’(୨୦୧୮) ବକ୍ସ ଅଫିସରେ ହିଟ ହୋଇଥିଲା।

ଆଜିର ଦିନରେ ଜନ୍ମ ହୋଇଥିବା ଏହି ଅଭିନେତା ଆଜି ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି।

Comment