ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତିସଂଘରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛି ଭାରତ। ଇମ୍ରାନଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ବୈଦେଶିକ ସଚିବ ବିଦିଶା ମୈତ୍ର। ଇମ୍ରାନଙ୍କ ଯୁଦ୍ଧ ଧମକର ଜବାବ ଦେଇ ସେ କହିଛନ୍ତି, ‘‘ଇମ୍ରାନ ଖାନଙ୍କ ମନ୍ତବ୍ୟ ଅସ୍ଥିରତା, ଅଶାନ୍ତି ସୃଷ୍ଟି ପାଇଁ ଉଦ୍ଧିଷ୍ଟ। ଏମିତି ମନ୍ତବ୍ୟ କୌଣସି ରାଷ୍ଟ୍ରନେତାଙ୍କ ମୁହଁରେ ଶୋଭା ପାଏନି’’।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ପାକିସ୍ତାନରେ ଆତଙ୍କବାଦୀ ସଙ୍ଗଠନ ନାହିଁ ଏହାର ପ୍ରମାଣ ଦିଅନ୍ତୁ ଇମ୍ରାନ। ଜାତିସଂଘର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯାଞ୍ଚ ପାଇଁ ରାଜି ହୁଅନ୍ତୁ। ଜାତିସଂଘ ତାଲିକାରେ ଥିବା ୧୩୦ ଆତଙ୍କବାଦୀ ପାକିସ୍ତାନରେ। ତାଲିକାଭୁକ୍ତ ୨୫ଟି ଆତଙ୍କୀ ସଙ୍ଗଠନ ମଧ୍ୟ ପାକିସ୍ତାନରେ। ଇତିହାସକୁ ଭୁଲି ନଯାଇ ୧୯୭୧ ଘଟଣାକୁ ମନେ ପକାନ୍ତୁ।’’

ଲାଡେନଙ୍କ ସହ ଲିଙ୍କ୍‌ ନେଇ ମଧ୍ୟ ଇମ୍ରାନଙ୍କୁ ଘେରିଛନ୍ତି ବୈଦେଶିକ ସଚିବ। ଇମ୍ରାନ ଲାଡେନଙ୍କର ସମର୍ଥକ ନଥିଲେ ବୋଲି କହିପାରିବେ କି? ୧୯୪୭ରେ ପାକିସ୍ତାନରେ ୨୩ ପ୍ରତିଶତ ସଂଖ୍ୟାଲଘୁ ଥିଲେ। ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ପାଇଁ  ବର୍ତ୍ତମାନ ସଂଖ୍ୟା ୩ ପ୍ରତିଶତକୁ ହ୍ରାସ ପାଇଛି ବୋଲି ସେ କହିଛନ୍ତି।

‘‘ଜମ୍ମୁ କଶ୍ମୀର, ଲଦାଖରେ ବିଭିନ୍ନତା ମଧ୍ୟରେ ଏକତା ଭାରତର ଶକ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜମ୍ମୁ କଶ୍ମୀରରେ ଲଦାଖରେ ଶାସନ ଚାଲିଛି। ଆତଙ୍କବାଦ କାରଖାନା ଗଢ଼ିଥିବା ଦେଶର କହିବାର ଅଧିକାର ନାହିଁ‘‘, କହିଛନ୍ତି ବିଦିଶା।

‘‘କଶ୍ମୀରରୁ ଏବେ ଯାଏଁ ଭାରତ କର୍ଫ୍ୟୁ ଉଠାଇ ନାହିଁ। ଏବେବି ଏଠାରେ ଲୋକଙ୍କ ମନରେ କ୍ଷୋଭ ରହିଛି। ଯେବେ ଭାରତ କଶ୍ମୀରରୁ କର୍ଫ୍ୟୁ ଉଠାଇବ ସେବେ ରକ୍ତର ନଈ ବହିବ। କଶ୍ମୀରବାସୀଙ୍କ ମନରେ ଥିବା ତୀବ୍ର ଅସନ୍ତୋଷ ସାରା ବିଶ୍ୱ ଦେଖିବ। ଯଦି କର୍ଫ୍ୟୁ ନଉଠେ ତାହାଲେ ପୁଲୱାମା ଭଳି ଆଟାକ୍‌ ପୁଣି ହୋଇପାରେ’’, ଜାତିସଂଘରେ ଉଦବୋଧନ ଦେଇ ଏହା କହିଥିଲେ ଇମ୍ରାନ ଖାନ୍‌।

Comment