ଓଡ଼ିଶାଲାଇଭ ବ୍ୟୁରୋ

ଦାଦନ ରୋକିବାକୁ ଅଣ୍ଟା ଭିଡ଼ିଲା ରାଜ୍ୟ ପୋଲିସ ପ୍ରଶାସନ। ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗତ ଦୁଇ ଦିନରେ ରାଜ୍ୟରେ ୪୧ଜଣ ଦାଦନ ଦଲାଲଙ୍କୁ ଗିରଫ କରିଛି ପୋଲିସ।

ଦାଦନ ଚାଲାଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲାଙ୍ଗିର ଜିଲ୍ଲାର ୫ଟି ଥାନା ଅଞ୍ଚଳରୁ ୨୫ ଦଲାଲ ଗିରଫ ହୋଇଥିଲା ବେଳେ ନୂଆପଡ଼ାର ୬ଟି ଥାନା ଅଞ୍ଚଳରୁ ୧୬ ଦଲାଲ ଗିରଫ ହୋଇଛନ୍ତି। ଦଲାଲ ଗିରଫ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି।

Comment