ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୮ ମସିହା ନଭେମ୍ବର ୧୪ ତାରିଖରେ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂହ ବିବାହ କରିଥିଲେ। ଇତି ମଧ୍ୟରେ ଦୀପ୍‌ବୀରଙ୍କ ବିବାହକୁ ଏକ ବର୍ଷ ପୁରିବାକୁ ବସିଲାଣି। ତେବେ ବର୍ତ୍ତମାନ ଦୀପିକା ପ୍ରେଗ୍‌ନେଣ୍ଟ ଥିବା ଗୁଜର ସୋସିଆଲ ମିଡିଆରେ ମୁଣ୍ଡ ଟେକିଛି। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ମଧ୍ୟ ଲାଗି ରହିଛି।

ହେଲେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ନିଜେ ଦୀପିକା। ପ୍ରେଗ୍‌ନେଣ୍ଟ ଖବରକୁ ନିଜ ମୁହଁ ଖୋଲିଛନ୍ତି ଦୀପିକା। ସେ କହିଛନ୍ତି,”ରଣବୀର ଓ ମୁଁ  ଉଭୟ ପିଲାମାନଙ୍କୁ ବହୁତ ଭଲପାଉ। ହେଲେ ବର୍ତ୍ତମାନ ଆମେ ନିଜ କ୍ୟାରିୟର ପ୍ରତି ଧ୍ୟାନ ଦେଉଛୁ। ସନ୍ତାନ ପାଇଁ ଏବେ ଆହୁରି ସମୟ ବାକି ଅଛି। ତେଣୁ ସୋସିଆଲ ମିଡିଆରେ ଯେଉଁ ଗୁଜବ ଉଠୁଛି, ତାହାକୁ ବିଶ୍ୱାସ କରନ୍ତୁ ନାହିଁ।”

ବର୍ତ୍ତମାନ ଦୀପିକା ଏବଂ ରଣବୀର ଉଭୟ ନିଜ ଆଗାମୀ ଫିଲ୍ମ ‘୮୩’କୁ ନେଇ ବ୍ୟସ୍ତ ଅଛନ୍ତି।

Comment