ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଲ୍ଲା ଜଜ୍ ପଦ ପାଇଁ ନିକଟରେ ହୋଇଥିବା ଏକ ସୀମିତ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସବୁ ପ୍ରାର୍ଥୀ ଫେଲ ମାରିଛନ୍ତି। ବିଭିନ୍ନ ଜିଲ୍ଲାର ୧୪ଟି ଜିଲ୍ଲା ବିଚାରପତି ପଦ ପାଇଁ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯେତେ ପରୀକ୍ଷାରେ ବସିଥିଲେ ସମସ୍ତେ ଅକୃତକାର୍ଯ୍ୟ ହେବା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ଏ ସମସ୍ତେ ବର୍ତ୍ତମାନ ଜୁଡିସିଆଲ ଅଫିସର ଅଛନ୍ତି ଓ ୫ ବର୍ଷ ଚାକିରି କରିସାରିଛନ୍ତି।

ହାଇକୋର୍ଟ ପାଇଁ ଆଉ ଏକ ମୁଣ୍ଡବ୍ୟଥାର କାରଣ ହେଉଛି ୮ଟି ଜିଲ୍ଲା ଜଜ୍ ପାଇଁ ସିଧାସଳଖ ବାରରେ ଅଭ୍ୟାସ କରୁଥିବା ପ୍ରାର୍ଥୀଙ୍କ ଭିତରୁ ମାତ୍ର ଦୁଇ ଜଣ ହିଁ କୃତକାର୍ଯ୍ୟ ହୋଇପାରିଛନ୍ତି। ଯେଉଁମାନେ ବାର୍‌ରୁ ଜିଲ୍ଲା ଜଜ୍ ହେବେ ସେମାନଙ୍କର ନିହାତି ୭ ବର୍ଷ ଓକିଲାତି ଅଭିଜ୍ଞତା ଥିବ।

ଏହି ଦୁଇଟି ପରୀକ୍ଷାର ଫଳ ପ୍ରକାଶ ପାଇବା ପରେ ଖାଲିପଡ଼ିଥିବା ୨୨ଟି ପଦବୀ ପାଇଁ ମାତ୍ର ଦୁଇ ଜଣ ଜିଲ୍ଲା ଜଜଙ୍କ ନିଯୁକ୍ତି ପାଇଁ ହାଇକୋର୍ଟ ସୁପାରିଶ କରିଛନ୍ତି।

Comment